Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୋହୂର ଝୁଲନ୍ତା ମୃତଦେହ ଦେଖି ଶାଶୂଙ୍କ ମୃତ୍ୟୁ

ବଲାଙ୍ଗୀର: ବୋହୁର ଝୁଲନ୍ତା ମୃତଦେହ ଦେଖି ଚାଲିଗଲା ଶାଶୂଙ୍କ ଜୀବନ । ଏମିତି ଘଟଣା ବଲାଙ୍ଗୀର ସହରର ରାଜୀବ ନଗର ପଡାରେ ଘଟିଛି । କୌଣସି କାରଣରୁ ବୋହୂ ଆତ୍ମହତ୍ୟା କରିଥିବା ବେଳେ ବୋହୂର ଝୁଲନ୍ତା ମୃତଦେହ ଦେଖି ଶାଶୂର ହୃଦଘାତରେ ମୃତ୍ୟୁ ଘଟିଛି ।

ବୋହୂର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସେପଟେ ହତ୍ୟା ଅଭିଯୋଗ ଆଣିଲେ ବୋହୂର ପରିବାର ଲୋକେ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଘର ଭିତରୁ ଉଭୟଙ୍କ ମୃତଦେହ ଉଦ୍ଧାର କରି ଭୀମଭୋଇ ମେଡିକାଲ ମର୍ଗ ହାଉସକୁ ପଠାଇଛି ପୋଲିସ ।

ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ତଦନ୍ତ କରୁଛି । ମୃତ ବୋହୂଙ୍କ ନାଁ ଆନନ୍ଦିନୀ ସାହୁ ଏବଂ ଶାଶୁଙ୍କ ନାଁ ଯମୁନାବତୀ ସାହୁ । କିପରି ଓ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହେଲା ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ୍ । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ