Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ମୁଖି ଗ୍ରାମାଞ୍ଚଳ ପାଇଁ ସ୍ଵତନ୍ତ୍ର ପଞ୍ଚାୟତ ସମିତି ବୈଠକ ।

ଅସ୍ତରଙ୍ଗ୨୪/୨: ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଗୃହ ରେ ଆଜି ବିକଶିତ ଗାଁ ବିକଶିତ ଓଡିଶା ପାଇଁ ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂତନ ସରକାର ରେ ଗ୍ରାମାଞ୍ଚଳ ମାନଙ୍କ ରେ ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯାଇ କିପରି ଏହି କାର୍ଯ୍ୟକ୍ରମ ସର୍ବସମ୍ମତି କ୍ରମେ ସୁଚାରୁ ରୂପେ ହୋଇପାରିବ ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଛି l ଗ୍ରାମାଞ୍ଚଳ ରେ ଆଗରୁ ଯେପରି ଗ୍ରାମସଭା ମାଧ୍ୟମ ରେ ସମସ୍ତ କାର୍ଯ୍ୟ କରାଯାଉଥିଲା ଠିକ ସେହିପରି ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟ ପଞ୍ଚାୟତସମିତି ମାଧ୍ୟମ ରେ କରାଯିବ ଓ ଗ୍ରାମାଞ୍ଚଳ ରେ ସମସ୍ତ ଅଞ୍ଚଳ କୁ ପକ୍କାସଡ଼କ, ପୁଷ୍କରିଣୀ, ଉଦ୍ୟାନ, ମଠ ମନ୍ଦିର ସହିତ ଖୁଦ୍ର ବୃହତ ଅନେକ ସରକାରୀ ପ୍ରକଳ୍ପ ଯାହା ଗ୍ରାମାଞ୍ଚଳ ବିକାଶ ସହିତ ଜଡିତ ଅଛି ସେହି କାର୍ଯ୍ୟକ୍ରମ ପଞ୍ଚାୟତସମିତି ମାଧ୍ୟମ ରେ ସୁଚାରୁରୂପେ କରାଯିବ ।, ଆମ ଦେଶ ର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଙ୍କ ଆହ୍ୱାନ ରେ ଓଡିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡିଶା ରାଜ୍ୟ ରେ ପ୍ରତ୍ୟେକ ଗ୍ରାମାଞ୍ଚଳ ରେ ବିକାଶ କରିବାକୁ ନେଇଥିବା ନିଷ୍ପତି କୁ ସାର୍ବଜନୀନ ମାଧ୍ୟମ ରେ କାର୍ଯ୍ୟକାରୀ କରିବା ପାଇଁ ଏବେ ଆଗଭର ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ଲୋକ ଙ୍କ ସ୍ୱାର୍ଥ ସହିତ ଜଡିତ ହେବ ଆଉ ତୃଣମୂଳ ସ୍ତରରେ ପ୍ରତ୍ୟେକ ବ୍ୟକ୍ତି ଙ୍କ ହିତସାଧନା କରିବ ବୋଲି ଲକ୍ଷ ରଖାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ଆରତୀ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କାକଟପୁର ବିଧାୟକ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା,ରହି ଥିଲେ । ଅନ୍ୟ ମାନଙ୍କ ଭିତରେ ଅସ୍ତରଙ୍ଗ ବ୍ଲକ ଉପାଧକ୍ଷ ଶ୍ରୀଯୁକ୍ତ ଦୁର୍ଜ୍ଜୟ ମିଶ୍ର, ଅସ୍ତରଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ସସ୍ମିତା ବେହେରା, ୧ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସରସ୍ବତୀ ସ୍ୱାଇଁ ଓ ବ୍ଲକ ଅନ୍ୟ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହି ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ ରେ ଅସ୍ତରଙ୍ଗ ବ୍ଲକ ୧୫ ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ ।,ପ୍ରାରମ୍ଭ ରେ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ସରକାର ଙ୍କ ନୂତନ ବିକାଶ ମୂଳକ କାର୍ଯ୍ୟ ବିକଶିତ ଗାଁ ବିକଶିତ ଓଡିଶା ଗଠନ କରିବାରେ ସମସ୍ତେ ନିଜ ନିଜ ସହଯୋଗୀତା କୁ ପ୍ରତିପାଦନ କରିବେ ବୋଲି ନିଜ ନିଜ ଆଶା ପ୍ରକଟ କରିବା ସହ ନୂତନ ସରକାର ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ