Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୟୋନିର କମ୍ପାନୀ କୁ କୋଡୀଙ୍ଗା ମାଳି ର ବକ୍ସାଇଟ ପ୍ରଦାନ କୁ ବିରୋଧ ଘଟଣା, ୧୪ ଦିନ ପରେ ପହଁଚିଲା ବ୍ଲକ ପ୍ରଶାସନ, ଟେଣ୍ଡର ବାତିଲ ନହେବା ପର୍ଯ୍ୟନ୍ତ ଧାରଣା ଜାରିରହିବାକୁ ନିଷ୍ପତି

ପୟୋନିର କମ୍ପାନୀ କୁ କୋଡୀଙ୍ଗା ମାଳି ର ବକ୍ସାଇଟ ପ୍ରଦାନ କୁ ବିରୋଧ ଘଟଣା, ୧୪ ଦିନ ପରେ ପହଁଚିଲା ବ୍ଲକ ପ୍ରଶାସନ, ଟେଣ୍ଡର ବାତିଲ ନହେବା ପର୍ଯ୍ୟନ୍ତ ଧାରଣା ଜାରିରହିବାକୁ ନିଷ୍ପତି
ଲକ୍ଷ୍ମୀପୁର ୨୫/୦୨ ..  ଆନ୍ଧ୍ର ପ୍ରଦେଶ ର ପୟୋନିର  ନାମକ କମ୍ପାନୀ କୁ କୋଡୀଙ୍ଗା ମାଳି ରୁ ୨୫ ପ୍ରତିଶତ ବକ୍ସାଇଟ  ଓଏମସି ଦ୍ୱାରା ପ୍ରଦାନ କୁ ବିରୋଧ ଧାରଣା ୧୪ ଦିନ  ରେ ପହଂଚିବା ପରେ ବ୍ଳକ ପ୍ରଶାସନ ଆଜି ଧାରଣା ସ୍ଥଳ ରେ ପହଂଚି ସେମାନେ କାହିଁକି ଧାରଣା ରେ ବସିଛନ୍ତି ପଚାରି ବୁଝିଛି। ସ୍ଥାନୀୟ ତହସିଲଦାର ନୈବଦ୍ୟ  ଭୋଇ, ଅତିରିକ୍ତ ତହସିଲଦାର ମାଧବ ଭତ୍ରା, ରେଭେନ୍ୟୁ ସୁପରଭାଇଜର ମହାନ୍ତି ପଣ୍ଡେଇ ଓ ଆଇଆଇସି ସୁଜ୍ଞାନୀ ସାହୁ ପ୍ରମୁଖ ଏଲଜି ପଏଣ୍ଟ ରେ ହଉଥିବା ଧାରଣା ସ୍ଥଳ ରେ ପହଂଚିଥିଲେ। ଜୟପୁର ବିଧାୟକ   ତାରା ପ୍ରସାଦ ବାହିନୀପତି ଙ୍କ ନିର୍ଦେଶ ରେ ଦୀର୍ଘ ୧୪ ଦିନ ଧରି ତାଙ୍କ ଦୁଇ ଭାଇ ଭଗବାନ ବାହିନୀ ପତି ଓ ମନୋଜ ବାହିନୀ ପତି ଙ୍କ ଶତାଧିକ ସମର୍ଥକ ଙ୍କ ସହ ଏକତ୍ରିତ ହୋଇ   ଟ୍ୟାଣ୍ଟ ତଳେ ଶାନ୍ତି ପୁର୍ଣ ଧାରଣା ରେ ବସି ରହିଥିba ବେଳେ ଆଜି ମଧ୍ୟ ବ୍ଳକ ପ୍ରଶାସନ ଙ୍କ ସହ ଆଲୋଚନା ବେଳେ ସେମାନଙ୍କ ଜିଦ ରେ ଅଟଳ ରହିଥିଲେ। ରାଜ୍ୟ ସରକାର  ପୟୋନିର କମ୍ପାନୀକୁ  ୨୫ ପ୍ରତିଶତ ଖଣି ପ୍ରଦାନ କରିବା ସକାଶେ ଯେଉଁ ଚୁକ୍ତି କରିଛନ୍ତି ତାହାକୁ ବାତିଲ ଯେଉଁ ପର୍ଯ୍ୟନ୍ତ କରାଯାଇନାହିଁ ସେତିକି ଦିନ ପର୍ଯ୍ୟନ୍ତ ଧାରଣା ରେ ବସି ରହିବେ ବୋଲି ଶ୍ରୀ ବାହିନୀପତି ପ୍ରଶାସନ କୁ ଜଣାଇଥିଲେ. କେବଳ ଚୁକ୍ତି ବାତିଲ ନୁହଁ ଅଞ୍ଚଳ ରେ ଯେଉଁ ପରିମାଣ ରେ ବିକାଶ ହେବ କଥା ହୋଇନାହିଁ, ତେଣୁ ବିକାଶ କୁ ମ ଧ୍ୟ ଗୁରୁତ୍ୱ ପ୍ରଦାନ କରିବାକୁ ସେ ଦାବୀ ଉଲ୍ଲେଖ କରିଥିଲେ।ଶ୍ରୀ ବାହିନୀ ପତି ଙ୍କ ଅଭିଯୋଗ କୁ ଜିଲ୍ଲାପ୍ରଶାସନ କୁ ଦୃଷ୍ଠି ଗୋଚର କରାଯାଇଥିବା ତହସିଲଦାର ଶ୍ରୀ ଭୋଇ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।ସୁରକ୍ଷା ଦୃଷ୍ଠି କାରଣରୁ ଧାରଣା ସ୍ଥଳରେ ପୋଲିସ ମୃତୟନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ