Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ନୂତନ ଏସଡିପିଓ ଙ୍କ ଯୋଗଦାନ

ଲକ୍ଷ୍ମୀପୁର ୨୫।୦୮
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏସଡ଼ିପିଓ ପଦବୀ ଦୀର୍ଘ ଦିନ ଧରି ଖାଲି ପଡିଥିବା ବେଳେ ଆଜି ପୂର୍ଣ୍ଣ ହୋଇଛି।
କିଛି ଦିନ ଧରି ସୁନାବେଡା ଏସଡ଼ିପିଓ ମନୋବ୍ରତା ଶତପଥୀ ଦାୟୀତ୍ୱ ତୁଲାଇ ଆସୁଥିଲେ।ଶ୍ରୀମତୀ ଶତପଥି ପଦୋନତି ପାଇଥିବା ବେଳେ ଲକ୍ଷ୍ମୀପୁର ଦାୟିତ୍ୱ ରେ ରହିଥିଲେ।ବର୍ତମାନ ନୂତନ ଏସଡ଼ିପିଓ ଭାବେ ତୁଫାନ ବାଗ୍ ଦାଇତ୍ୱ ଗ୍ରହଣ କରିଛନ୍ତି।ତାଙ୍କ ନିଜ ଘର ବରଗଡ଼ ଜିଲ୍ଲାରେ ହୋଇଥିବା ବେଳେ ଏହା ପୂର୍ବରୁ ଶ୍ରୀ ବାଗ ସମ୍ବଲପୁର ସଦର ଥାନାରେ ଏସଡିପିଓ ଭାବେ କାର୍ଯ୍ୟ କରୁଥିଲେ। ଲକ୍ଷ୍ମୀପୁର, କାକିରିଗୁମ୍ମା,ନାରାଣପାଟଣା ଓ ବନ୍ଧୁଗାଁ ଥାନା ତାଙ୍କ ଅଧୀନରେ ରହିଥିବା ବେଳେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଠିକ୍ ଭାବେ ପରିଚାଳନା କରିବେ ବୋଲି ସେ କହିଛନ୍ତି।ସୋମବାର ଦିନ ସନ୍ଧ୍ୟାରେ କାର୍ଯ୍ୟାଳୟରେ  ଯୋଗଦେବା ପରେ ମଙ୍ଗଳବାର ଦିନ ଲକ୍ଷ୍ମୀପୁର ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚନା କରିଥିଲେ ଓ କୋରାପୁଟ ଯାଇ ଏସପିଙ୍କୁ ସାକ୍ଷାତ କରି ଫେରିଥିଲେ। କୋରାପୁଟ ରୁ ଫେରିବା ପରେ ସ୍ଥାନୀୟ ଗଣ ମାଧ୍ୟମ ପ୍ରତିନିଧି ଙ୍କସହ ଆଲୋଚନା କରିଥିଲେ। ଗଣମାଧ୍ୟମ ପ୍ରତିନିଧି ସ୍ୱାଗତ କରିବା ପରେ କିଛି ସମୟ ପାଇଁ ଅଂଚଳ ବିଷୟ ରେ ପଚରା ଉଚରା କରିଥିଲେ। ଲକ୍ଷ୍ମୀପୁର ସଦର ବ୍ଳକ ରେ ନୁଆଁ କରି ଏକ କାରଖାନା ତିଆରି ହେବାକୁ ଯାଉଥିବା ବେଳେ ଖଣି ଅଞ୍ଚଳ ହୋଇଥିବାରୁ ବାହାର ଲୋକଙ୍କ ପ୍ରତି ନଜର ରଖିବା ସକାଶେ ଗଣମାଧ୍ୟମ ପ୍ରତିନିଧି ସୂଚାଇ ଥିଲେ. ବନ୍ଧୁଗାଁ ଆଇଆଇସି ପ୍ରସନ୍ନ ମିଶ୍ର ଓ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ ମଧ୍ୟ ଆଲୋଚନା ସମୟରେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ