ଭୁବନେଶ୍ବର: ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ରାତି ପ୍ରାୟ ୮ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରୁ ସିଧାସଳଖ ପୁରୀ ଯାଇ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି ।
ରାତିରେ ସେ କୋଣାର୍କ ଇକୋ ରିସର୍ଟରେ ରହିବେ । ଆସନ୍ତାକାଲି ପୂର୍ବାହ୍ନ ପ୍ରାୟ ୧୦ଟାରେ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ । କାଲି ଅପରାହ୍ନ ୨ଟାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଯିବେ ।
ସେଠାରୁ ଭୁବନେଶ୍ୱର ଫେରି ରାଜ୍ୟ ଅତିଥି ଭବନରେ ପ୍ରାୟ ଅଢେଇ ଘଣ୍ଟା ଧରି ରହିବା ସହ ସନ୍ଧ୍ୟା ୭ଟାରେ ବିମାନବନ୍ଦରରୁ ଦିଲ୍ଲୀ ଫେରି ଯିବାର କାର୍ଯ୍ୟକ୍ରମ ରହିଛି ।