Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ମାଣ ହେବ ‌ପେଜ ଟ୍ରିଟମେଂଟ ପ୍ଲାଣ୍ଟ; ଅବଢ଼ା ପେଜରୁ ବାହାରିବ ଶୁଦ୍ଧ ଜଳ

ପୁରୀ: ଆଉ ଫିଙ୍ଗା ହେବନି ଅବଢ଼ା ପେଜ। ପେଜରୁ ବାହାରିବ ବିଶୁଦ୍ଧ ଜଳ । ପେଜକୁ ବିଭିନ୍ନ ପଦ୍ଧତିରେ ବିଶୋଧିତ କରାଯାଇ ସେଥିରୁ ବିଶୁଦ୍ଧ ଜଳ ବାହାର କରାଯିବ। ଏହି ବିଶୁଦ୍ଧ ଜଳକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯିବ । ଫଳରେ ପେଜ ପାଇଁ ପରିବେଶ ଉପରେ ‌ଯେଉଁ ଖରାପ ପ୍ରଭାବ ପଡ଼ୁଛି ଏହାଦ୍ବାରା ତାକୁ ରୋକାଯାଇପାରିବ। ଏଭଳି କିଛି ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନରେ ଏକ ପେଜ ଟ୍ରିଟମେଂଟ ପ୍ଲାଣ୍ଟ ନିର୍ମାଣ ପାଇଁ ଯୋଜନା କରାଯାଇଛି ବୋଲି ସୂଚନା ମିଳିଛି ।

ଶ୍ରୀମନ୍ଦିର ରୋଷଶାଳାରୁ ଯେଉଁ ଅବଢା ପେଜ ବାହାରୁଛି ସେଗୁଡିକ ଏହି ପ୍ଲାଣ୍ଟରେ ବିଭିନ୍ନ ପ୍ରକ୍ରିୟାରେ ବିଶୋଧିତ ହେବ । ଏହି ବିଶୁଦ୍ଧ ଜଳକୁ ବୃକ୍ଷରୋପଣ ଭଳି ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯିବ। ଏହି ପ୍ରକଳ୍ପ ପାଇଁ ପାଖାପାଖି ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ ହେବ। ବର୍ତମାନ ଏହି ପ୍ରକଳ୍ପ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ୨ରୁ ୩ ମାସ ମଧ୍ୟରେ ଏହି ପ୍ଲାଣ୍ଟ ସ୍ଥାପନ ନେଇ ଲକ୍ଷ୍ୟ ରଖାଯାଇଛି । ଦକ୍ଷୀଣ ପାର୍ଶ୍ବର ମଠ ପଛ ପାଖରେ ଏହା ପ୍ରତିଷ୍ଠା କରାଯିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ