Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଦଗଡ଼ ସରପଞ୍ଚ ଙ୍କ ଛତୁଆ ଗାଡ଼ି ରେ ୫ବର୍ଷ ଶିଶୁ ର ମୃତ୍ୟୁ।

ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା। ଯାହାକି ପଡ଼ୋଶୀ ଭଦ୍ରକ ଜିଲ୍ଲାର ଦୋଳପଦୀ ରୁ ହଦଗଡ ପଞ୍ଚାୟତ ଚତେନା କେନ୍ଦ୍ର ଠାରେ ଯୀଶୁଖୀଷ୍ଟ  ଙ୍କ ଏକ ପର୍ବ ଚାଲି ଥିଲା। ସେଠାକୁ  ଭଦ୍ରକ ଜିଲ୍ଲାର ଦୋଳ ପଦୀ ଗାଁ ରୁ କାଳିଆ ମୁଣ୍ଡା ଓ ମୁକ୍ତା ମୁଣ୍ଡା ସେମାନଙ୍କ   ପରିବାର ସହ ଆସିଥିଲେ। ହେଲେ କିଏ ଜାଣିଥିଲା ଯୀଶୁ ଖୀଷ୍ଟ ଙ୍କ ଖୁସି ର ପର୍ବ ରେ ଏମିତି ୫ବର୍ଷ ଛୁଆ କୁ ହରାଇ ବାହୁନୀ ବାହୁନି କାନ୍ଦୁଛି ମା। ଘଟଣା ଟି ଘଟିଛି ହଦଗଡ଼ ଚେତେନା କେନ୍ଦ୍ର ନିକଟ ରେ। ହଦଗଡ଼ ପୂର୍ବତନ ସରପଂଚ ମଦନ ମୋହନ ନନ୍ଦୀ ଙ୍କ ର ଏହି ଗାଡ଼ି ବୋଲି ସୂଚନା ମିଳିଛି। ଯାହାକୁ ନେଇ ହଦଗଡ଼- ଚେତନା କେନ୍ଦ୍ର ଠାରେ ରାସ୍ତା ରୋକ ହୋଇଥିଲା। ସୋସ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକ ଙ୍କ ପରିବାର କୁ ବୁଝା ସୁଝା କରିଥିଲା। ଏହାକୁ ନେଇ ପୋଲିସ ୩୯/୨୦୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା କୁ ନେଇ ଗାଡ଼ି ର ଡ୍ରାଇଭର, ସେଥିରେ ଥିବା ଛତୁଆ ସହ ଗାଡ଼ିଟି କୁ  ଜବତ କରିଛି।