Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜବର ଦଖଲ ଉଛେଦ କଲା ପ୍ରଶାସନ

ଖଡ଼ିଆଳ : ଖଡ଼ିଆଳ ସହରର ସମଲେଶ୍ଵରୀ ମନ୍ଦିର ନିକଟସ୍ଥ ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ବିଭାଗର ୪-ଡିସମିଲ ଜମିର ଜବର ଦଖଲ ଉଛେଦ କରିଛନ୍ତି। ୪ ଡିସମିଲ କିସମ ଘରବାରୀ ଜମିକୁ ପ୍ରଦୀପ ଅଗ୍ରୱାଲ ଦଖଲ କରି ଆସୁଥିଲେ। ଆଜି ରାଜସ୍ବ ବିଭାଗ ପକ୍ଷରୁ ଉପଜିଲାପାଳଙ୍କ ଆଦେଶ କ୍ରମେ ଜବର ଦଖଲ ଉଛେଦ କରିଛନ୍ତି। ଦୀର୍ଘ ଦିନରୁ ଏହି ସ୍ଥାନରେ ଅଙ୍ଗନୱାଡି, ଗୋଷ୍ଠୀ ଗୃହ କିମ୍ବା ଅନ୍ୟ କୌଣସି ସରକାରୀ ଗୃହ ନିର୍ମାଣ ନେଇ ଯୋଜନା ରହିଥିଲା। କିନ୍ତୁ ଜବର ଦଖଲକାରୀ ଛାଡୁ ନଥିଲେ। ଅନ୍ୟ ପକ୍ଷରେ ଖଡ଼ିଆଳ ସହରରେ ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ ଅକ୍ତିଆରରେ ରହିଥିବା ବେଳେ ସେହି ଜମିକୁ ଉଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି। ଆଜିର ଏହି ଜବର ଦଖଲ ଉଛେଦ କାର୍ଯ୍ୟରେ ସିନାପାଲି ଅତିରିକ୍ତ ତହସିଦାର ରାମ ନାରାୟଣ ମିଶ୍ର, ଖଡ଼ିଆଳ ଅତିରିକ୍ତ ତହସିଲଦାର ଜୟସେନ ଧରୁଆ, ଖଡ଼ିଆଳ ବିଡ଼ିଓ ବିରସେନ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ