Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାମୁକା ଚାଷ କରି ସ୍ଵାବଲମ୍ବୀ ହେଉଛନ୍ତି ଦିବ୍ୟାଙ୍ଗ

ଖଡ଼ିଆଳ : ବୋଡେ଼ନ ବ୍ଲକ ପଲସାମାଲ ଗାଁର ଦିବ୍ୟାଙ୍ଗ ଚାଷୀ ଲଛମନ ନାୟକ। ଶାରୀରିକ ଅକ୍ଷମତା ସତ୍ବେ ଦୃଢ଼ ମନୋବଳ ଆଗରେ ଜଣେ ସ୍ଵାବଲମ୍ବୀ ଦିବ୍ୟାଙ୍ଗ ଶାମୁକା ଚାଷ କରି ମୋତି ଉତ୍ପାଦନ କରିପାରିଛନ୍ତି। ସେ ଦୁଇ ଗୋଡ଼ ହରାଇଥିଲେ। ଦିବ୍ୟାଙ୍ଗ ହୋଇ ବି ଦୃଢ ମନୋବଳ ରଖି ଜଣେ ସଫଳ ଚାଷୀ ଭାବେ ପରିଚୟ ହାସଲ କରିଛନ୍ତି ଲଛମନ ନାଏକ। ପୋଖରୀରେ ମୋତି ବା ମୁକ୍ତା ଚାଷ କରି ସ୍ବାବଲମ୍ବୀ ହେବା ସହ ଅନେକଙ୍କୁ ରୋଜଗାରର ପନ୍ଥା ସୃଷ୍ଟି କରିପାରିଛନ୍ତି। ଇଚ୍ଛା ଶକ୍ତି ଥିଲେ ପଙ୍ଗୁ ବି ଲଙ୍ଘିୟତେ ଗିରି ଉକ୍ତିକୁ ପ୍ରମାଣିତ କରିଛନ୍ତି। ସ୍ବାବଲମ୍ବୀ କରିଛି ପୋଖରୀ ମୋତି ଚାଷ।ବୋଡେ଼ନ ବ୍ଲକ ପଲସାମାଲ ଗ୍ରାମରେ ଦିବ୍ୟାଙ୍ଗ ଚାଷୀ ଲଛମନ ନାୟକ ନିଜ ଏକ ପୋଖରୀ ରହିଥିଲା। ସେହି ପୋଖରୀରେ ଶାମୁକା ଚାଷ ପାଇଁ ତାଙ୍କ ବନ୍ଧୁ ମାୟାଧର ତାଙ୍କୁ ପ୍ରବର୍ତ୍ତାଇ ଥିଲେ ଓ ଶାମୁକା ଚାଷ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥିଲେ। ମନୋବଳ ଆଗରେ ହାରିଛି ଶାରିରୀକ ଅକ୍ଷମତା । ଦିବ୍ୟାଙ୍ଗ ହୋଇ ବି ଦୃଢ ମନୋବଳ ରଖି ଜଣେ ସଫଳ ଚାଷୀ ଭାବେ ପରିଚୟ ହାସଲ କରିଛନ୍ତି ଲଛମନ। ଚାଷ ପାଇଁ ସଂକଳ୍ପ ନେଇ ସମୁଦ୍ରର ଲୁଣି ଜଳ ହେଉ ବା ପଲସାମାଲ ଗ୍ରାମର ପୋଖରୀ ମିଠା ଜଳ ହେଉବି ଶାମୁକା ଚାଷ କରି ଦେଖାଇ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ