ଆଜମଗଡ଼: ଆପଣଙ୍କ ଘରେ ବିଦ୍ୟୁତ ବିଲ୍ କେତେ ଆସୁଛି ? ହଜାରେ, ଦୁଇ ହଜାର କିମ୍ବା ହଜାରେରୁ ବି କମ । ହେଲେ ଯଦି ଆପଣଙ୍କ ବିଦ୍ୟୁତ୍ ବିଲ୍ ଲକ୍ଷରେ ନୁହେଁ କୋଟିରେ ଆସିଯିବ ତେବେ ଆପଣ କ’ଣ କରିବେ, କିଛି ଚିନ୍ତା କରି ପାରୁଛନ୍ତି ନା ନାହିଁ । କ’ଣ କରିବେ ଏମିତି କିଛି ଚିନ୍ତା କରି ପାରି ନଥିଲେ ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ଜଣେ ଡିଗ୍ରୀ କଲେଜ ଅଧ୍ୟକ୍ଷ, ଯେତେବେଳେ ତାଙ୍କ ବିଦ୍ୟୁତ ବିଲ୍ ଦେଖିଥିଲେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ କୋଟିଏ କି ଦୁଇ କୋଟି ନୁହେଁ ଅଧ୍ୟକ୍ଷ ମହୋଦୟଙ୍କୁ ମାତ୍ର ୭୯୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ପଠାଇଛି ବିଦ୍ୟୁତ୍ ବିଭାଗ । ଯାହାକୁ ଦେଖି ଅଧ୍ୟକ୍ଷଙ୍କ ହୋସ ପୂରା ଉଡିଯାଇଛି ।
ଅଧ୍ୟକ୍ଷ କହିଛନ୍ତି, ସେ ନୁହେଁ ତାଙ୍କ ପରିବାର ସମଗ୍ର ସମ୍ପତ୍ତି ବିକ୍ରି କରିଦେଲେ ବି ସେମାନେ ବିଲ୍ ପରିଶୋଧ କରିପାରିବେ ନାହିଁ । ବିଦ୍ୟୁତ୍ ବିଲ୍ ସଂଶୋଧନ ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଏବଂ ମୌଖିକ ଅଭିଯୋଗ କରିଥିଲେ ବି ଏପର୍ଯ୍ୟନ୍ତ ବିଲ୍ ସଂଶୋଧନ ହୋଇନାହିଁ ।
ଆପଣଙ୍କୁ କହି ରଖୁଛୁ, ବିଲାରିଆଗଞ୍ଜ ଥାନା ଅଞ୍ଚଳର ଡାକ୍ତର ବିଜେନ୍ଦ୍ର ରାୟ ତରୱାନ ଅଞ୍ଚଳର ଏକ ଡିଗ୍ରୀ କଲେଜରେ ପ୍ରିନ୍ସିପାଲ ଭାବରେ କାର୍ଯ୍ୟରତ ରହିଛନ୍ତି । ସେ ଏକ ବର୍ଷ ପୂର୍ବେ ଏକ ଘର ନିର୍ମାଣ କରିଥିଲେ । ନିର୍ମାଣ ସମୟରେ, ସେ ମାଆ ସାଧନା ରାୟଙ୍କ ନାମରେ ଏକ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେଇଥିଲେ । ଯେପର୍ଯ୍ୟନ୍ତ ଏହି ଅସ୍ଥାୟୀ ସଂଯୋଗ ଥିଲା, ସେ ପର୍ଯ୍ୟନ୍ତ ବିଲ୍ ସଠିକ୍ ଭାବରେ ଆସୁଥିଲା । କିନ୍ତୁ ଏହା ପରେ, ଯେତେବେଳେ ବିଭାଗ ତାଙ୍କୁ ସ୍ଥାୟୀ ସଂଯୋଗ ଦେଲା, ପ୍ରଥମ ମାସରେ ବିଦ୍ୟୁତ୍ ବିଲ୍ ୭୯୯ କୋଟି ଟଙ୍କା ଆସିଛି ।
ସୂଚନାଯୋଗ୍ୟ, ଗତ ୬ ମାସର ବିଦ୍ୟୁତ୍ ବିଲ୍ ୭୯୯ କୋଟି ଟଙ୍କା ଆସିଛି । ଯାହା ପରେ ଡକ୍ଟର ବିଜେନ୍ଦ୍ର ରାୟ ମୌଖିକ ଅଭିଯୋଗ କରିବା ପରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ବିଲ୍ ସଂଶୋଧନ କରାଯାଇ ନାହିଁ । ବିଜେନ୍ଦ୍ର କହିଛନ୍ତି, ବିଦ୍ୟୁତ ବିଭାଗ ପ୍ରତ୍ୟେକ ଥର ପ୍ରତିଶ୍ରୁତି ଦେଇ ଆସୁଛି ଯେ ଆଗାମୀ ମାସରେ ସଂଶୋଧନ କରାଯିବ କିନ୍ତୁ ଆଜି ୬ ମାସ ବିତିଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ବିଲ୍ ସଂଶୋଧନ କରାଯାଇ ନାହିଁ ।
କିନ୍ତୁ ଏହି ଘଟଣା ପରେ ଗୋଟିଏ କଥା ତ ସ୍ପଷ୍ଟ ହେଉଛି ଏତେ ବଡ ତ୍ରୁଟି କିପରି ଭାବରେ ଗୋଟିଏ ବିଦ୍ୟୁତ ବିଭାଗ କରିପାରିଛୁ ? କିନ୍ତୁ ଏହି ଘଟଣା ଏକ ସାଧାରଣ ଘଟଣା ନୁହେଁ, ଯଦି ଅଧ୍ୟକ୍ଷ ଜଣଙ୍କ ଏପରି ବିଲ ଆସୁଛି ତାହା କ’ଣ କୌଣସି ବିରାଟ ତ୍ରୁଟି ଠୁ କମ ନୁହେଁ । କିନ୍ତୁ ଏହା ପରେ ଆହୁରି ଗୋଟିଏ ପ୍ରଶ୍ନ ଉଠୁଛି ଏହି ବିଲ ଆସିବା ପରେ ତ୍ରୁଟି ସଂଶୋଧନ ପାଇଁ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ ସମସ୍ୟାର ସମାଧାନ କରାନଯିବା ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।