Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳୟରେ ପଞ୍ଚ୍ୟାୟତରାଜ ମନ୍ତ୍ରୀ ଙ୍କ ସମୀକ୍ଷା ।

ଅସ୍ତରଙ୍ଗ,,ଶୁକ୍ରବାର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଗସ୍ତରେ ଆସି ରାଜ୍ୟ ପଂଚାୟତରାଜ,ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକ ସମୟରେ ଅସ୍ତରଙ୍ଗ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ସସ୍ମିତା ବେହେରା, ବ୍ଲକ ଅଧ୍ୟକ୍ଷା ଆରତୀ ନାୟକ,ଉପାଧ୍ୟକ୍ଷ ଦୂର୍ଜୟ ମିଶ୍ର, ବରିଷ୍ଠ ବିଜେପି ନେତା ବାଇଧର ମଲ୍ଲିକ ଓ ଅସ୍ତରଙ୍ଗ ବ୍ଲକ ଯୁବ ବିଜେପି ନେତା ଦିବାକର ଛାଟୋଇଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଓ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ମନ୍ତ୍ରୀ ଶ୍ରୀ ନାୟକ ଅସ୍ତରଙ୍ଗର ସମସ୍ତ ୧୫ ଗୋଟି ପଞ୍ଚାୟତରେ ପାନୀୟଜଳ ପ୍ରକଳ୍ପ କିପରି ଅଛି, ତାହାର ସ୍ଥିତି ,ଅବସ୍ଥିତି ଓ କାର୍ଯ୍ୟକ୍ଷମ ଉପରେ ଉପସ୍ଥିତ ବିଡ଼ିଓ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ଡବଲ ଇଞ୍ଜିନ ସରକାରଙ୍କ ସମୟରେ ପଞ୍ଚାୟତ ସ୍ଥରରେ ପ୍ରତ୍ୟେକ ଗ୍ରାମାଞ୍ଚଳକୁ ଉନ୍ନତ ଗମନାଗମନ ସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥିଲେ। ଏଥି ସହିତ ଅବହେଳିତ ଅବସ୍ଥାରେ ପଡିରହିଥିବା ଅଚଳ ପାନୀୟଜଳ ପ୍ରକଳ୍ପ ଗୁଡ଼ିକୁ ଯୁଦ୍ଧକାଳୀନ ଭିତିରେ ସଚଳ କରି କାର୍ଯ୍ୟ କରିବାକୁ ବିଡ଼ିଓଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଶ୍ରୀ ନାୟକ ଉପସ୍ଥିତ ଅଧିକାରୀ ଓ ନେତୃବୃନ୍ଦଙ୍କ ସହିତ ଦେବୀ ନଦୀ ଉପରେ ନବନିର୍ମିତ ତାଳଦା ବିଜୁ ସେତୁର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚି ଏହାର କାର୍ଯ୍ୟକୁ ଦେଖିଥିଲେ। ମନ୍ତ୍ରୀଙ୍କ ଆଗମନରେ ବିଜେପିର ଛାମୁଆ କର୍ମୀ ଓ ଅସ୍ତରଙ୍ଗ ବ୍ଲକ ପ୍ରଶାସନ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ଦିଆଯିବା ସହ ସ୍ୱାଗତ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ