ଉଲୁଣ୍ଡା : (ସୌମିତ୍ରି ମେହେର) ଗାଈକୁ ଧକ୍କା ଦେବାରୁ ଦୁଇ ବାଇକ ଆରୋହୀ ମୃତ l ଦୁର୍ଘଟଣା ଘଟିଛି ଶନିବାର ସୋନପୁର – ସମ୍ବଲପୁର ରାସ୍ତାର ରାଜନଗର ନିକଟରେ l ମୃତକମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବେହେରାମାଲ ଗାଁର ବିର୍ଷା ହର ଏବଂ କପାଶିରା ଗାଁର ଶ୍ରୀକାନ୍ତ ଲାକ୍ରା l ଉଭୟେ ଏକ ବାଇକରେ ସମ୍ବଲପୁର ପଟକୁ ଯାଉଥିବା ସମୟରେ ରାଜନଗର ନିକଟରେ ଏକ ଗାଈକୁ ଧକ୍କା ଦେଇ ଛିଟିକି ପଡି ଗୁରୁତର ଅବସ୍ଥାରେ ତଳେ ପଡି ଥିଲେ l ଲୋକେ ଖବର ଦେବାରୁ ଉଭୟଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଡାକ୍ତରଖାନାକୁ ଅଣାଯାଇଥିଲା l କିନ୍ତୁ ସେଠରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l ଉଲୁଣ୍ଡା ପୋଲିସ ଶବକୁ ଜବତ ସହ ତଦନ୍ତ ଆରମ୍ଭ କରିଛି l
ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତା ର ରାଜ ନଗର ନିକଟରେ ଗାଈ କୁ ଧକ୍କା ଦେଇ ଦୁଇ ବାଇକ ଆରୋହୀ ମୃତ
