Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନକ୍ରାପ୍ଟୋ ଗ୍ରୀଷ୍ମକାଳୀନ ଶିବିର ଶୁଭାରମ୍ଭ

ବରପାଲି: ବରପାଲି ପ୍ରଧାନ କ୍ରାଫ୍ଟୋ ପାର୍କ ପରିସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଗ୍ରୀଷ୍ମ କାଳୀନ ଶିବିର ସୁଭାରମ୍ଭ ହୋଇଯାଇଛି। ଅନୁଷ୍ଠାନ ପରିଚାଲିକା ସୁଶ୍ରୀ ବନ୍ଦିତା ପ୍ରଧାନଙ୍କ ତତ୍ବାଧାନରେ ପରିଚାଳିତ ଶିବିରରେ ୨୫ରୁ ଉର୍ଦ୍ଧ୍ଵ ଶିଶୁ ଶିକ୍ଷାର୍ଥି ସାମିଲ ହୋଇଛନ୍ତି। ଏହି ଅବସରରେ ଶିକ୍ଷାର୍ଥି ମାନଙ୍କୁ ଆୟୋଜକ ମାନଙ୍କ ଦ୍ବାରା ପୁଷ୍ପଗୁଚ୍ଛ ପ୍ରଦାନ ମାଧ୍ଯମରେ ସ୍ବାଗତ ସହ ପ୍ରବେସ ପର୍ବ ସମାପନ ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ପଣ୍ଡିତଙ୍କ ଦ୍ବାରା ସତ୍ୟନାରାୟଣ ପୂଜା ଆରମ୍ଭ କରାଯାଇଥିଲା। ପୂଜାକାର୍ଯ୍ଯ ସମ୍ପର୍ଣ୍ଣ ପରେ ଆୟୋଜକ ପ୍ରଶିକ୍ଷିକା ଓ ଶିକ୍ଷାର୍ଥି ମାନେ ପୂଷ୍ପାଜଂଳୀ ଅର୍ପଣ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଶିବିର କାର୍ଯ୍ଯକ୍ରମ ସୁଭାରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଗ୍ରୀଷ୍ମ କାଳିନ ଶିବିରଟି ୧୫ ଦିନ ପର୍ଯ୍ୟନ୍ତ ପରିଚାଳିତ ହେବ। ଶିବିରରେ ନାଚ, ସଂଗିତ,ଯୋଗ, ରଙ୍ଗୋଲି,ଡ୍ରଇଂ, ପେଣ୍ଟିଙ୍ଗ ଇତ୍ୟାଦିର ତାଲିମ୍ ଦିଆଯିବା ସହିତ ସଂଷ୍କାର ମୂଳକ ଆଚାରବିଚାର ଉପରେ ଜ୍ଞାନ ବିତରଣ ଉପରେ ତାଲିମ ଦିଆଯାଇଥାଏ। ଛାତ୍ରଛାତ୍ରୀ ମାନେ ଉତ୍ସାହ ମଧ୍ଯରେ ତାଲିମ୍ ନେବା ନିମନ୍ତେ ଆଗ୍ରହୀ ରହିଥିବା ଦେଖାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ