Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବରପାଲି: ବରପାଲି ବ୍ଲକ ରେ ତିଲେଇମାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପରିଚାଳନା କମିଟି ପକ୍ଷରୁ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ସିଆରସିସି ସଜଂୟ ସାହୁଙ୍କ ତତ୍ବାଧାନରେ ସଂଚାଳିତ ହୋଇଥିଲା। ମୂଖ୍ଯଅତିଥି ଭାବରେ ବ୍ଳକ ଶିକ୍ଷାଧିକାରୀ ମୁକୁନ୍ଦ ମହାରା ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ସହ ଗୋଷ୍ଠି ଶିକ୍ଷାଧିକାରୀ ରମେଶ ସାହୁଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ସ୍କୁଲ ପ୍ରଧାନଶିକ୍ଷକ କିଶୋର ମେହେର ପରିଚୟ ପ୍ରଦାନ ସହ ସଭାକାର୍ଯ୍ଯକୁ ପରିଚାଳନା କରିଥିଲେ। ମୂଖ୍ଯବକ୍ତା ଭାବରେ ଜିଲ୍ଳା ଶିକ୍ଷକ ପ୍ରଶିକ୍ଷଣ ପ୍ରଶିକ୍ଷକ ଗଗନ ବେହେରା ଯୋଗ ଦେଇଥିବା ବେଳେ ସମ୍ବାନିତ ଅତିଥି ଭାବରେ ସିଆରସିସି ସଂଜୟ ସାହୁ,ଅବସରପ୍ରାପ୍ତ ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକ କ୍ଷମାନିଧି ମିର୍ଦ୍ଧା ଓ ରାଜେନ୍ର୍ଦ କୁମାର ପୂଝାରୀ,ତେଜଙ୍ଗ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ମିଶ୍ର,ସିଆରସିସି ନିମାଇଁ ଦାଶ,ଲୋପାଚାନ୍ଦ ବାରିକ,ସୁଦାମ ମେହେର ପ୍ରମୁଖ ମଚାଂଶିନ ହୋଇଥିଲେ। ନିମନ୍ର୍ତିତ ଅତିଥି ମାନଙ୍କ ଗହଣରେ ପ୍ରଧାନଶିକ୍ଷକ ଦ୍ବୟଙ୍କୁ ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅତିଥି ମାନେ ମାନପତ୍ର ଓ ଉତ୍ତରିୟ ପ୍ରଦାନ ମାଧ୍ଯମରେ ସମ୍ମାନିତ କରିଥିଲେ। ଅତିଥି ମାନେ ରାଜେନ୍ଦ୍ର ଓ କ୍ଷମାନିଧି ବାବୁଙ୍କ କାର୍ଯ୍ଯକାଳ ସମୟରେ ସ୍କୁଲରେ ବିତାଇ ମୁହୁର୍ତ୍ତ ସମ୍ପର୍କିତ ପ୍ରତିବଦ୍ଧତା,ସମାୟୁନୁବର୍ତ୍ତିତା,ସହଭାଗି ଭାବ,ମାନବିୟ ଗୁଣ,ପରିଚାଳନା କାର୍ଯ୍ଯଶୈଳି,ଶିକ୍ଷାଦାନ,ଛାତ୍ରଛାତ୍ରିଙ୍କ ପ୍ରତି ସାହାନୁଭୁତି ସମ୍ବନ୍ଧିତ ବିଷୟ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ବିଦାୟୀ ପ୍ରଧାନଶିକ୍ଷକ ଦ୍ବୟ ସ୍କୁଲରେ କଟାଇଥିବା ମୁହୁର୍ତ୍ତ ଓ ସହକର୍ମି ମାନଙ୍କ ସହ ଅଭୁଲା ଅଭିଜ୍ଞତା ସମ୍ପର୍କରେ ଭାବପ୍ରବଣ ଭାବେ ବ୍ଯକ୍ତ କରିଥିଲେ।ପରିଶେଷରେ ଶରଧାପାଲି ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷକ ଲିଙ୍ଗରାଜ ପାଣ୍ତେ ଧନ୍ଯବାଦ ଅର୍ପଣ କରିଥିଲେ। ପରିଚାଳନାରେ ଶିକ୍ଷକ ଦିପକ ପଧାନ,ସୁଜିତ ପଟେଲ,ବ୍ରହ୍ମାନନ୍ଦ ହାତୀ,ପ୍ରଦିପ ମେହେରଙ୍କ ସମେତ ଶିକ୍ଷୟତ୍ରି ମାନଙ୍କ ସହ ସହ କର୍ମଚାରୀ ମାନେ ସହାୟତା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ