Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫୁଫଗାଁ ମା ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ,ଫାଇନାଲରେ ଲଡୁଗାଁ ଦଳ ଚାମ୍ପିୟାନ।

କଳାହାଣ୍ଡି:୦୨/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫ ଗାଁ ପଞ୍ଚାୟତ ଫୁଫଗାଁ ମା ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପନି ମ୍ୟାଚ ଲଡୁଗାଁ ଓ ଚିଲ ଡ଼ଙ୍ଗରି ଦଳ ମଧ୍ୟରେ ରବିବାର ଅନୁଷ୍ଠିତ ହୋଇଥିବା ବେଳେ ମା ମାଉଳି ଅନୁଷ୍ଠାନ ର ସଭାପତି ତୀର୍ଥରାଜ ଶବର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିଦ ବୈକୁଣ୍ଠ ଜାଲ, ମୁଖ୍ୟ ବକ୍ତା ଭାବେ ଚନ୍ଦ୍ରଭାନୁ ପୁଝାରି, ସମ୍ମାନିତ ଅତିଥି ଭାବେ ଗୋବିନ୍ଦ ଶବର, ଦେବବ୍ରତ ପଟେଲ ଉପସ୍ଥିତ ରହି ଫାଇନାଲ ଟୁର୍ଣ୍ଣାମେଣ୍ଟ ର ଉଭୟ ଦଳ ର ଖେଳାଳି ଙ୍କ ସହ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ନିର୍ଦ୍ଧାରିତ ୧୨ ଓଭର ମ୍ୟାଚ ରେ ପ୍ରଥମେ ଲଡୁଗାଁ ଦଳ ବ୍ୟାଟିଂ କରି ୧୨୦ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷରେ ଚିଲ ଡ଼ଙ୍ଗରି ଦଳ ସମସ୍ତ ବିକେଟ ହରାଇ ୧୧୮ ରନ ରେ ଅଳ ଆଉଟ ହୋଇଥିଲେ। ମ୍ୟାନ ଅଫ ଦି ମ୍ୟାଚ ଚିଲ ଡ଼ଙ୍ଗରି ଦଳ ର ଖେଳାଳି ହୃଶାନ୍ତ ଚଣ୍ଡି ଓ ମ୍ୟାନ ଅଫ ଦି ସିରିଜ ଲଡୁଗାଁ ଦଳ ର ସୁଶିଲ ପାନ ଯୋଗ୍ୟ ବିବେଚିତ ହୋଇଥିଲେ। ଉପସ୍ଥିତ ଅତିଥିମାନେ ବିଜେତା ଲଡୁଗାଁ ଦଳ ଓ ଉପ ବିଜେତା ଚିଲ ଡ଼ଙ୍ଗରି ଦଳ କୁ ଟ୍ରଫି ସହ ପୁରସ୍କୃତ କରିଥିଲେ। ଅମ୍ପିୟାର ଭାବେ ବିକାଶ ନାଏକ, ସତ୍ୟ ପୁଝାରି ସ୍କୋର ବୋର୍ଡ ରେ ନବ ପୁଝାରି, ଓ ଖେଳ ର ବିଶୃତ ଧାରା ବିବରଣୀ ନକୁଳ ଶବର ପ୍ରଦାନ କରିଥିଲେ। ମା ମାଉଳି ଅନୁଷ୍ଠାନ ପକ୍ଷରୁ ମୁନିମ ପଟେଲ, ବିରେନ୍ଦ୍ର ଶବର, ରାକେଶ ନାଏକ,ସୁରେନ୍ଦ୍ର ଶବର ଓ ଅନ୍ୟ ସଦସ୍ୟ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ