Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୪୬ତମ ଶିତଳଷଷ୍ଠୀ ପାଇଁ ପୋଲିସ ପ୍ରଶାସନ ଶାନ୍ତିକମିଟି ବୈଠକ

ବରପାଲି: ବରପାଲି ୧୪୬ ତମ ଶିତଳ ଷଷ୍ଠୀ ମହୋତ୍ସବ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ଥାନା ପରିସରରେ ଶାନ୍ତି କମିଟି ବୈଠକ ହୋଇଯାଇଛି । ପୋଲିସ ଏସଡିପିଓ ଅମୃତ କୁମାର ପଣ୍ଡାଙ୍କ ସଭାପତିତ୍ବରେ ପରିଚାଳିତ ସଭାରେ ତହସିଲଦାର ଋକ୍ମଣ ମେହେର, ଆଇଆଇସି ସବିତାଲତା ସେଠୀ, ଅଗ୍ନିଶମ ଅଧିକାରୀ ଉମାଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ବୈଠକରେ ଯାତ୍ରା ପରିଚାଳନା କ୍ଷେତ୍ରରେ ଉପୁଜୁଥିବା ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡି କରାଯିବା ସହ ସନ୍ଧ୍ୟା ସମୟରେ ହେଭି ଭାଇକିଲକୁ ବନ୍ଦ ରଖାଯିବା, ସହରରେ ବେଆଇନ ମଦ କାରବାର ଉପରେ ପାବନ୍ଦି ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ସକାଶେ ବିଶ୍ରୁତ ଆଲୋଚନା ହୋଇଥିଲା ।
ବୈଠକରେ ଏନଏସି ଅଧ୍ୟକ୍ଷ ଦିନେଶ ଗହୀର, ଲାଲ ବିକ୍ରମ ସିଂ ଦେଓ,ଷଷ୍ଠୀ ଯାତ୍ରା କମିଟି ସମ୍ପାଦକ ଜୟନ୍ତ ତ୍ରିପାଠୀ, ପିନାକୀ ଦାଶ,ପ୍ରଶାନ୍ତ କୁମାର ସାହୁ ,ଚନ୍ଦନ କୁମାର ସାହୁ, ସୁବ୍ରତ ଚିନ୍ଦ୍ରା, ଦେବେନ୍ଦ୍ର ସାହୁ, ସୁବ୍ରତ ସାହୁ, ଲିପନ ଦାଶ,ଚିତ୍ତରଞ୍ଜନ ସାହୁ,ଚିତ୍ତ ରଞ୍ଜନ ମିଶ୍ର,ପଦ୍ମଲୋଚନ ପଣ୍ଡା,ଶରତ ପାଣିଗ୍ରାହୀ , ଟିକାୟତ ମହତ୍ତମ, ଭରତ ଗହୀର,ପଦ୍ମଲୋଚନ ସାହୁ, ବାଲକିଶୋର ଖାଡଙ୍ଗା,ହର୍ଷ ବେହେରା, ବଣିକ ସଂଘ ସଭାପତି ଅଶୋକ କୁମାର ପଣ୍ଡା ସମ୍ପାଦକ ଅଶୋକ କୁମାର ପାତ୍ର ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ