Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ପୋଲିସ ତରଫରୁ ନୂତନ ଆଇନ ସଚେତନତା ବୈଠକ

ଲକ୍ଷ୍ମୀପୁର ୦୪/୦୩…ଅପରାଧିକ ନ୍ୟାୟ ପ୍ରଣାଳୀରେ ଆମୂଳଚୂଳ ପରିବର୍ତ୍ତନ ସହ ଭାରତୀୟ ଦଣ୍ଡ ବିଧି ଆଇନରେ ଅଣାଯାଇଥିବା ବ୍ୟାପକ ସଂସ୍କାର, ତ୍ୱରିତ ନ୍ୟାୟ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଲକ୍ଷ୍ମୀପୁର ପୋଲିସ ତରଫରୁ ଆରମ୍ଭ ହୋଇଛି ପୁଣି ଏକ ପ୍ରୟାସ। ଏନେଇ ଲକ୍ଷ୍ମୀପୁର ଥାନା ପରିସରରେ ରେ ଏକ ସଚେତନତା ସଭା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଏସଡିପିଓ  ତୁଫାନ ବାଗ, ବିଡ଼ିଓ ଗୁରେଶ୍ୱର ଭୋଇ ଓ ଆଇଆଇସି ସୁଜ୍ଞାନୀ ସାହୁ ଉପସ୍ଥିତ ରହି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ,ଭାରତୀୟ ନାଗରିକ ସୁରକ୍ଷା ସଂହିତା  ଉପରେ ସୂଚନା ପ୍ରଦାନ କରିଥିଲେ।ଅପରାଧୀ ହେଲେବି କିପରି   ସେହି ବ୍ୟକ୍ତି କୁ କିପରି ନ୍ୟାୟ ପ୍ରଦାନ କରାଯାଇ ପାରିବ,ପରାଧୀନ ଭାରତର ଆଇନ ବ୍ୟବସ୍ଥା ଓ ନୂତନ ସ୍ୱାଧୀନ ଭାରତ ର ଆଇନ କୁ ନେଇଁ ବିସ୍ତୃତ ଆଲୋଚନା କରିଥିଲେ। ୧୮୬୦ ମସିହାରେ ଇଂରେଜ ମାନଙ୍କ ଦ୍ୱାରା ପ୍ରଣୋଦିତ ଇଣ୍ଡିଆନ ପେନାଲ କୋଡ଼ ଯାହାକି ଭାରତ ରେ ୧୬୪ ବର୍ଷ ହେଲା କାର୍ଯ୍ୟ କାରି ହୋଇ ଆସୁଥିଲା ତାହା ପରିବର୍ତନ ହୋଇ  ବର୍ତ୍ତମାନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ,ଭାରତୀୟ ନାଗରିକ ସୁରକ୍ଷା ସଂହିତା ରେ ପରିବର୍ତନ କରାଯାଇଥିବା ଏସ ଡି ପିଓ ପ୍ରକାଶ କରିଛନ୍ତି।
ଇଣ୍ଡିଆନ ପେନାଲ କୋଡ଼ ରୁ ଭାରତୀୟ ନ୍ୟାୟ ସଂହିତା,
ଇଣ୍ଡିଆନ ଏଭିଡିଏନ୍ସଆକ୍ଟ ରୁ ଭାରତୀୟ ସାକ୍ଷ ଅଧିନିୟମ,
କୋଡ଼ ଅଫ କ୍ରିମିନାଲ ପ୍ରସିଜୁର ରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଭାବେ ପରିବର୍ତନ କରାଯାଇଛି। ଆଜିକାଲି ଅନେକ ଫ୍ରଡ଼ ନମ୍ବର ରେ ଫୋନ କଲ ଆସୁଛି, ବିଭିନ୍ନ ପ୍ରଲୋଭନ ଦେଖାଉଛନ୍ତି ତେଣୁ ସାବଧାନ ହେବାକୁ ଜରୁରୀ , ସାଇବର ଠକ ପ୍ରତି ସତର୍କ ରହିବାକୁ କୁହାଯିବା ସହ  ଯେକୌଣସିପରିସ୍ଥିତି ରେ ଅସୁବିଧା ହେଲେ ପୋଲିସ ର ସହାୟତା ନମ୍ବର ୧୧୨ ସହ ଯୋଗାଯୋଗ କରିବାକୁ କୁହାଯାଇଥିଲା।ଗାଁ ର ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କ ସହ ଗଣମାଧ୍ୟମ ପ୍ରତିନିଧି ଏଥିରେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ