ମେଗାପ୍ରୋଜେକଟ ପମ୍ପ ହାଉସରୁ ଲୁହା ଚୋରି କରିବା ଅଭିଯୋଗରେ ଜଣେ ଗିରଫ, କୋଟ ଚାଲାଣ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ କପାସିରା ସ୍ଥିତ ମେଗାପ୍ରୋଜେକ୍ଟ ପମ୍ପ ହାଉସରୁ ଲୁହା ଚୋରି କରିଥିବା ଘଟଣାରେ ଉଲୁଣ୍ଡା ପୋଲିସ ଜଣେ ଅଭିଯୁକ୍ତକୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ କପାସିରା ଗ୍ରାମର ଆକାଶ ବିଶି ବୋଲି ଜଣାପଡିଛି l ସୂଚନା ଅନୁସାରେ ମେଗାପ୍ରୋଜେକ୍ଟ ପମ୍ପ ହାଉସରୁ ୫ ଟି ଲୁହା ଚୋରି ହୋଇଥିବା ନେଇ ଗତକାଲି ସେଠାରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ଉଲୁଣ୍ଡା ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୋଲିସ ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲା l ତେବେ ଯୁବକ ଜଣକ ଉକ୍ତ ଘଟଣାରେ ସମ୍ପୃକ୍ତି ଥିବା ଜଣା ପଡିବା ପରେ ଅଭିଯୁକ୍ତ ଆକାଶ ବିଶିକୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ତେବେ ଏହି ଘଟଣାରେ ଆଉ କେତେ ଜଣଙ୍କ ସମ୍ପୃକ୍ତି ରହିଛି ପୋଲିସ ତଦନ୍ତ ଜାରି ରଖିଛି l