Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଭଦ୍ରା ଶୋଭାଯାତ୍ରା

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ର ଆନୁକୁଲ୍ଯରେ ଆଜି ପୂର୍ବାହ୍ନ ରେ ସୁଭଦ୍ରା ଶୋଭାଯାତ୍ରା, ୧୦୦ ଅଧିକ ସୁଭଦ୍ରା ହିତାଧିକାରୀ ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ସୁଧାଂଶୁ କୁମାର ଭୋଇ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର, ଅତିରିକ୍ତ ଆୟୁକ୍ତ(ଏସ.ଏମ.ସି) ଶ୍ରୀମତୀ ସରୋଜିନୀ କୁଲ୍ଲୁ ଉପସ୍ଥିତ ରହି ଉକ୍ତ ଶୋଭାଯାତ୍ରା ଟି କୁ ଉଦ୍ଘାଟନ କରିଥିଲେ।ଏହି ଶୋଭାଯାତ୍ରା ସୁଭଦ୍ରା ବାର୍ତ୍ତା ବହନ କରି ନେଲସନ ମାଣ୍ଡେଲା ଛକରୁ ବାହାରି ଗୋଲବଜାର ଛକ ଦେଇ ସମ୍ବଲପୁର ପୁରୁଣା ମ୍ଯୁନିସିପାଲଟି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା।ସହକାରୀ ଆୟୁକ୍ତ କିରଣ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ରେଣୁବାଳା ନନ୍ଦ ଏବଂ ସମ୍ବଲପୁର ସହରାଞ୍ଚଳ ସିଡିପିଓ ଶ୍ରୀମତୀ ମିନତି ପାଣିଗ୍ରାହୀ ପରିଚାଳନା କରିଥିଲେ।ସେହିପରି ଆଜି ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।