Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣ ଦୁଷ୍କର୍ମ  ପିଡିତା ପରିବାରକୁ ଭେଟିଲେ ପ୍ରଦେଶ କଂଗ୍ରେସ ତଥ୍ୟ ଅନୁଧ୍ୟାନ କମିଟି

ଲକ୍ଷ୍ମୀପୁର ୫/୩ . କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଓଡ଼ିଆପେଣ୍ଠ ପଞ୍ଚାୟତର ବିରିଗୁଡା ଗାଁ ରେ ବୁଢ଼ୀ ଠାକୁରାଣୀ ଯାତ୍ରାରେ ନାଟ ଦେଖିବାକୁ ଗତ ଫେବୃଆରୀ ୮ତାରିଖ ଶନିବାର ଦିନ ରାତ୍ର ପୌରାଣିକ ନାଟକ ଦେଖିବାକୁ ଯାଇ ଥିବା ଜଣେ ନାବାଳିକା ଗଣଦୁଷ୍କର୍ମ ଶିକାର ହୋଇଥିଲେ।ଘଟଣା ର ପ୍ରାୟ ମାସକ ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ରାଜ୍ୟ ସଭାପତି ଭକ୍ତ ଦାସଙ୍କ ନିର୍ଦ୍ଧେଶ କ୍ରମେ ପରଡିଗୁଡା ଗ୍ରାମର  ଦୁଷ୍କର୍ମ ପିଡିତା ଙ୍କ ପରିବାରକୁ ଭେଟିଲେ ପ୍ରଦେଶ କଂଗ୍ରେସ ତଥ୍ୟ ଅନୁଧ୍ୟାନ କମିଟି।ପିଡିତା ଙ୍କ ମାଆ ଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପୀଡିତା ଙ୍କ ମା ବିଧବା ହୋଇଥିବା ବେଳେ ଘଟଣା ପରେ ଆଉ କୌଣସି କାମ କରିବା ସକାଶେ ମନବଳ  ହେଉନଥିବା କହିଥିଲେ, ଦୁଷ୍କର୍ମ ଅଭିଯୋଗ ରେ ଚାରି ଜଣ ଙ୍କୁ ଜେଲ ପଠାଯାଇଥିବା ପୋଲିସ ପ୍ରକାଶ କରିଥିଲା।ଗାଁରେ ଆଲୋଚନା କରିବାପରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ରାଜ୍ୟ ରେ ମହିଳା ଓ ଯୁବତୀ ମାନେ ସୁରକ୍ଷିତ ନୁହଁନ୍ତି,ଦିନକୁ ଦିନ ନାବାଳିକା ମାନେ ଦୁଷ୍କର୍ମ ର ଶିକାର ହେଉଛନ୍ତି,ବିଶେଷକରି ଓଡିଶା ରେ ଆଦିବାସୀ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ନିରୀହ ଆଦିବାସୀ ନାବାଳିକା ମାନେ ଦୁଷ୍କର୍ମ ଶିକାର ହେଉଛନ୍ତି।ବର୍ତ୍ତମାନ ଦୁଷ୍କର୍ମ ଓ ହତ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।କିଛିଦିନ ତଳେ ମାଲକାନଗିରି ଜିଲ୍ଲାରେ ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ହେବା ଘଟଣା ପରେ ଛାତ୍ରୀ ମାନେ ମଧ୍ୟ ସୁରକ୍ଷିତ ନଥିବା ସେ କହିଛନ୍ତି ।ଆଠ ମାସ ସରକାରରେ ହଜାର ହଜାର ମହିଳା ପୀଡିତ ଓ ନିଖୋଜ ରହିଛନ୍ତି,ଏହାକୁ ସରକାର ବାହାର କରି ପାରୁନାହାନ୍ତି।ବିଭିନ୍ନ ଜାଗାରେ ଅଭିଯୁକ୍ତ ମାନଙ୍କୁ ଗିରଫ ମଧ୍ୟ କରାଯାଇନାହିଁ।ଏହାକୁ ନେଇ ଆଦିବାସୀ ଲୋକେ କିପରି ସୁରକ୍ଷିତ ରହି ପାରିବେ ତାହାକୁ ନେଇ ଏକ ଟିମ ଗଠନ କରାଯାଇଛି।ଆଦିବାସୀ ମହିଳାମାନେ କିପରି ନ୍ୟାୟ ପାଇବେ ତାହାକୁ ନେଇ ଆଗାମୀ ବିଧାନସଭାଅଧିବେଶନ ରେ ଉପସ୍ଥାପନ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।ସେହିପରି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା କହିଛନ୍ତି ପ୍ରଶାସନର ଅବହେଳା ବଢିଯାଇଛି ଓ ଆଇନ ଶୃଙ୍ଖଳା ପରିସ୍ଥିତି  ଓଡିଶା ରେ ବିଗିଡି ଯାଇଛି ।ସରକାର  ଆଇନ ଶୃଙ୍ଖଳା କୁ ଗୁରୁତ୍ୱ ଦେଉନାହାନ୍ତି ଯାହା ଫଳରେ ନିରୀହ ଆଦିବାସୀ ମହିଳା ମାନେ ଏପରି ଦୁଷ୍କର୍ମ ଶିକାର ହେଉଛନ୍ତି ।ବର୍ତ୍ତମାନ ଆଠ ମାସରେ ଅଠରସହ କେସ ହେଲାଣି,୨ଶହ ବିଚାରଧୀନ ଅଛି ବାକି କେସ ର ଅତାପୋତା ନାହିଁ। ଏହାକୁ କିପରି ରୋକାଯାଇ ପାରିବ ତାହା ପାଇଁ ସରକାର ଏକ ନୂତନ ବିଲ ଆଣିବା ଜରୁରୀ ଏବଂ ଆଗାମୀ ଦିନରେ  ନାରୀ ନିର୍ଯ୍ୟାତନା ଓ ନାରୀ ଙ୍କୁ ସୁରକ୍ଷା ପାଇଁ କଂଗ୍ରେସ ଦଳଆଗକୁ ଆସିଛି  ଏବଂ ଛିଡା ହେବ ବୋଲି ଶ୍ରୀ ସାଉଁତା କହିଛନ୍ତି।
ସେହିପରି  କମିଟି ର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେଭାରତୀୟ ଜନତା ଦଳ ଶାସନ କୁ ଆସିବା ପରେ ଯେଉଁ ଭଲି ନାରୀ ନିର୍ଯ୍ୟାତନା ହେଉଛି,ଭାରତ ବର୍ଷରେ ସବୁ ରାଜ୍ୟଠାରୁ ବେଶୀ ନାରୀ ନିର୍ଯ୍ୟାତନା ହୋଇଛି। ପ୍ରଶାସନିକ ଅବ୍ୟବସ୍ଥା ପାଇଁ ଏଭଳି ହଉଛିବୋଲି ସେ ଅଭିଯୋଗ କରିଛନ୍ତି । ଏହି ଟିମ ରେ ସାଂସଦ ପ୍ରତିନିଧି କୈଳାଶ ଖସଲା, ଯୁବ କଂଗ୍ରେସ ସଭାପତି ମଣ୍ଟି ଖରା, ନାରୀ ସଭାନେତ୍ରୀ ରୋଜି କୁମାରୀ ତୁରୁକ,ଜିଲା ପରିଷଦ ସଭ୍ୟାପିଙ୍କି ହୀମେରିକା, ଯୁବ କଂଗ୍ରେସ ସଭାପତି ରଞ୍ଜନ ହିଆଲ,ଧର୍ମେନ୍ଦ୍ର ବାଗ,ପୂର୍ଣ୍ଣ ମାଣ୍ଡିଙ୍ଗା, ଏବଂ ବ୍ଳକ କଂଗ୍ରେସ କର୍ମୀ ଉପସ୍ଥିତ ରହି ଥିଲେ।ଲକ୍ଷ୍ମୀପୁର ଏସଡିପିଓ ତୋଫାନ ବାଗ ଓ ଆଇଆଇସି ସୁଜ୍ଞାନୀ ସାହୁ,ଏସଆଇ ରମେଶ କିନ୍ତାଲୁ ଙ୍କ ସହ ପୋଲିସ ଟିମ ଉପସ୍ଥିତ ରହି ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ