Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶସ୍ୟ ବୀମା; ଇନ୍ସୁରେନ୍ସ କମ୍ପାନୀର ଚଞ୍ଚକତା ନେଇ ଚାଷୀ ସଂଗଠନ ପ୍ରଶାସନର ଦ୍ବାରସ୍ଥ

ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଗ୍ରାମପଞ୍ଚାୟତର ଚାଷୀ ସଂଗଠନର ପ୍ରତିନିଧି ଦିଲ୍ଲୀପ ପଟେଲ ଆଜି ସମ୍ବଲପୁର ଜିଲ୍ଲାପାଳ ଏବଂ ଜିଲ୍ଲା କୃଷିକର୍ଯ୍ୟାଳୟରେ ରିଲାନ୍ସ ଇଁସୁରେନ୍ସ କମ୍ପାନୀ ବିରୁଦ୍ଧରେ ଏକ ସଙ୍ଗୀନ ଅଭିଯୋଗ ଆଣି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଯେ ରିଲାନସ କମ୍ପାନୀ ସମ୍ବଲପୁର ଜିଲ୍ଲାର କୃଷିଭିତ୍ତିକ କ୍ଷୟକ୍ଷତି ପାଇଁ ବୀମା ରାଶି ସଂଗ୍ରହ କରିଥାଏ। ହେଲେ ପ୍ରତ୍ୟେକ ବର୍ଷ କୌଣସି ନା କୌଣସି ଆଳ ଦେଖାଇ ବୀମା ରାଶି ପ୍ରଦାନ କରିନଥାଏ। ଯୋଉଥି ପାଇଁ ବିଗତ ଦିନ ଗୁଡିକରେ କୃଷକ ସଂଗଠନ ପକ୍ଷରୁ ଅନେକ ଥର ଆନ୍ଦୋଳନ କରାଯାଇଛି। ଏମିତିକି ଚାଷୀ ସଂଗଠନ ରାଜ ରାସ୍ତାକୁ ମଧ୍ୟ ଓହ୍ଲାଇ ଥିବାର ଉଦାହରଣ ରହିଛି।
ହେଲେ ୨୦୨୨ କ୍ରପ୍ କଟିଙ୍ଗ କୁ କମ୍ପାନୀ ପୁଣି ଭ୍ରଷ୍ଟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ କରାଯାଇଛି।ଯାହାର ପ୍ରମାଣ ସଂଗ୍ରହ କରିଛନ୍ତି ଫାଶୀମାଲ ଗ୍ରାମପଞ୍ଚାୟତ ର ଚାଷୀ ମାନେ। ପ୍ରକାଶ ଥାଉ କି ଜମନକିରା ଗୋଷ୍ଠୀ କୃଷି ଅଧିକାରୀଙ୍କ ଚିଠି ସଂଖ୍ୟା ୨୮୦ କୃଷି ଆର୍ଥିକ ବର୍ଷ ୨୦୨୨ କ୍ରପକଟିଙ୍ଗ ସମୟରେ ପୁକୁଡା ଗ୍ରାମର ୮୭୦,୨୭୦, ଗରିଆବାହାଲ ଗ୍ରାମର ୪୪୧ ଓ ଫାଶୀମାଲ ର ୧୩୧୧ ନମ୍ୱର୍ ପ୍ଲଟରେ କ୍ରପକଟିଂ ଲାଗି ଦର୍ଶାଯାଇଥିବା ବେଳେ ବୀମା କମ୍ପାନୀ ଯଥାକ୍ରମେ ୫୬୧୨,୭୦୨,୩୦୧ ଏବଂ୪୧ ନମ୍ୱର ପ୍ଲଟ କୁ ଦର୍ଶାଉଛି। କ୍ରପ କଟିଙ୍ଗ ସମୟରେ ଚାଷୀ ମାନଙ୍କ ସହିତ ପ୍ରଶାସନ ତରଫରୁ ଜମନକିରା ତହସିଲଦାର, ପରିସଂଖ୍ୟାନ ବିଭାଗ ଅଧିକାରୀ ଏବଂ ଜମନକିରା ଥାନା ଆଇଆଇସି ଉପସ୍ଥିତ ଥାଇ କ୍ରପ୍ କଟିଙ୍ଗ କରାଯାଇଥିଲା। ମାତ୍ର ବୀମା କମ୍ପାନୀ ଚାଞ୍ଚକତା କରି ପ୍ଲଟ ନମ୍ବର କୁ ବଦଳେଇ ଅଲଗା ନମ୍ବର ର ପ୍ଲଟ କୁ ଦର୍ଶାଇଛି। ଏହାକୁ ବିରୋଧ କରି ଆଜି ଫାଶିମାଳ ଚାଷୀ ମାନଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ