ପଟ୍ଟାଙ୍ଗି୦୮/୦୩କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଚନ୍ଦକା ପଞ୍ଚାୟତ ଅଧିନରେ ରହିଥିବା ଗୁଗାଗୁଡା ଆଶ୍ରମ ବିଦ୍ୟାଳୟରେ ଆୟୋଜିତ ବାର୍ଷିକ ଉତ୍ସବ କୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କାର୍ଯ୍ୟକ୍ରମ ର ଆବାହକ ନରେନ୍ଦ୍ର ନାୟକ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟତମ ତଥା ସମ୍ମାନୀୟ ଅତିଥି ରୂପେ ସାଂସଦ ପ୍ରତିନିଧି ଶୁକ୍ରା ଖରା , ବିଧାୟକ ପ୍ରତିନିଧି ଅର୍ଜୁନ ବାଙ୍କା , ଜୋନ୍ ୦୧ ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ୍ , ଜୋନ୍ ୦୨ ଜିଲ୍ଲା ପରିଷଦ ସଭ୍ୟ ଲଇଚନ ଗେମେଲ୍ , ସରପଞ୍ଚ ଦେବକୀ ଗଣ୍ଠ , ଏବିଇଓ ରଜନୀକାନ୍ତ ବଡନାୟକ , ପିସିସି ସଭ୍ୟ ଗୁପ୍ତ ଶଙ୍କର ପଟ୍ଟନାୟକ ଙ୍କ ସମେତ ମଙ୍ଗଳ ବିଭାଗର ଅନ୍ୟ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକ ଯୋଗଦେଇ ଛାତ୍ରୀ ଛାତ୍ର ଙ୍କୁ ଉତ୍ସାହିତ କରିଥିଲେ । ଏହି ସମୟରେ ବିଡ଼ିଓ ନାୟକ ମୋ ସାମ୍ନାରେ ବସିଥିବା କୁନି କୁନି ପିଲାମାନଙ୍କୁ ଦେଖିଲେ ମୋର ସେହି ବିଲା ବେଳର ବିତି ଯାଇଥିବା ଦିନ ମନେ ପଡି ଯାଉଛି । ମୁଁ ପ୍ରଥମେ ଶିକ୍ଷକତା ରୁ ମୋର ଚାକିରୀ ଜୀବନ ଆରମ୍ଭ କରିଥିଲି ସତ କିନ୍ତୁ ମୋ ମନରେ ରହିଥିଲା ଅଞ୍ଚଳର କିଛି ଉନ୍ନତି କରିବା ସହ ଜନସାଧାରଣ ଙ୍କ ସେବା କରିବା ଯାହାର ସୁଜଗ ଆଜି ପାଇଛି । ତେଣୁ ପାଠ ପଢି ନିଜ ନିଜର ମନରେ ଏକ ଲକ୍ଷ୍ୟ ରଖିବା ଆବଶ୍ୟକ ରହିଛି ବୋଲି ନିଜ ଅଭିଭାଷଣରେ ଉପସ୍ଥିତ ଛତ୍ରୀ ଛାତ୍ର ଙ୍କୁ ଆହ୍ୱାନ ଦେଇଥିଲେ । ପରିଶେଷରେ ବାର୍ଷିକ କ୍ରିଡା ଯଥା କବାଡି , ରନିଙ୍ଗ୍ , ହାଇ ଜମ୍ପ୍ , ଲଙ୍ଗ୍ ଜମ୍ପ୍ , ଅଖା ଣ୍ଡିଆ ପ୍ରମୁଖ ଖେଳରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟର ୩୦ ରୁ ଉର୍ଦ୍ଧ ଛାତ୍ରୀ ଛାତ୍ର ଙ୍କୁ ପୁରସ୍କୃତ କରିଥିଲେ । ଏହି ସମୟରେ ଜିଲ୍ଲା ପରିଷଦ ସଭ୍ୟ ଖରା ବିଦ୍ୟାଳୟର ପାରିପାର୍ଶ୍ବିକ ଉନ୍ନତି କରଣ କରିବା ପାଇଁ ନିଜସ୍ୱ ପାଣ୍ଠିରୁ ୦୨ ଲକ୍ଷ ଅନୁଦାନ ପ୍ରଦାନ କରିବା ନିମନ୍ତେ ଘୋଷଣା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଶିକ୍ଷକ ଖଗେଶ୍ବର ମଣ୍ଡଳ , ଶିକ୍ଷୟିତ୍ରୀ ମଧୁସ୍ମିତା ପରିଢା , ଗେଷ୍ଟ୍ ଶିକ୍ଷୟିତ୍ରୀ ଚନ୍ଦ୍ରିକା ଗୁଣ୍ଠା , ମେଟ୍ରୋନ୍ ଶ୍ରେଦେବି ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ମଞ୍ଚ ପରିଚାଳନା ପୁକାଲି ନୋଡ଼ାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଜଗନ୍ନାଥ ସାହୁ ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟରେ ରହିଥିବା ଆନୁଷଙ୍ଗିକ ବ୍ୟବସ୍ଥା ଓ ସମସ୍ୟା ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ଏଠାରେ ସୂଚନା ଥାଉକି ବିଦ୍ୟାଳୟରେ ୫୦୦ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ତିନୋଟି ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବା ବେଳେ ପାନୀୟଜଳ ମୁଖ୍ୟ ସମସ୍ୟା ରହିଥିବା ସହ ପାଚେରୀ ମଧ୍ୟ ଠିକ୍ ଭାବେ ନାହିଁ ।
ଗୁଗାଗୁଡା ଆଶ୍ରମ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ କୃତି ଛାତ୍ରୀ ଛାତ୍ର ଙ୍କୁ ପୁରସ୍କୃତ କଲେ ଅତିଥି ଗଣ
