ପଟ୍ଟାଙ୍ଗି୦୯/୦୩କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗିର୍ଲିଗୁଡା ଗ୍ରାମ ନିକଟସ୍ଥ ତଥା ରାଜପଥ।କଡରେ ରହିଥିବା ପାଣିଗ୍ରାହୀ ଫାର୍ମ ଆମ୍ବ ବଗିଚାରେ ସତାଧିକ ମହିଳା ଏକାଠି ହୋଇ ଆନ୍ତର୍ଜାତୀୟ ଦିବସ ପାଳନ କରି ନିଜକୁ ସଚେତନ କରାଇଛନ୍ତି । ସୂଚନା ମୁତାବକ ବ୍ଲକ ର ବିଭିନ୍ନ ଗ୍ରାମ ମାନଙ୍କରେ ସରକାରୀ ଯୋଜନା କୁ ନେଇ କାର୍ଯ୍ୟକାରୀ କରୁଥିବା FES ଅନୁଷ୍ଠାନ ପକ୍ଷରୁ ଉକ୍ତ ଆମ୍ବ ବଗିଚାରେ ଆୟୋଜିତ କରା ଯାଇଥିବା ଆନ୍ତର୍ଜାତୀୟ ମହିଳା ଦିବସ ରେ ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ସାଂସଦ ପ୍ରତିନିଧି ଶୁକ୍ରା ଖରା , ବିଧାୟକ ପ୍ରତିନିଧି ଅର୍ଜୁନ ବାଙ୍କା , ଜିଲ୍ଲା ପରିଷଦ ସଭ୍ୟ ଲଇଚନ ଖରା , ପଟ୍ଟାଙ୍ଗି ସରପଞ୍ଚ ଆଲମେ ଫୁଲ , ଚନ୍ଦକା ସରପଞ୍ଚ ଦେବକୀ ଗଣ୍ଠ , ରାଲେଗଡା ସରପଞ୍ଚ ରଶ୍ମିତା ପେଦାନ୍ଦି , ସମ୍ବାଇ ପଞ୍ଚାୟତ ର ସମିତି ସଭ୍ୟା ଉଲାସ ଖରା , ପଟ୍ଟାଙ୍ଗି ସମିତି ସଭ୍ୟା ଶିବାନି ନାୟକ , ଜିପିଓ କିରଣ ଚନ୍ଦ୍ର ସାହୁ ପ୍ରମୁଖ ଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଅତିଥି ରୂପେ ଯୋଗ ଏକ ଗଛରେ ପାଣି ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ସମାଜରେ ନାରୀ ର ଗୁରୁତ୍ୱ କୁ ନେଇ ନିଜ ନିଜ ଅଭି ଭାଷଣରେ ମତ ପ୍ରକାଶ କରି ପ୍ରତ୍ୟେକ ଉନ୍ନୟନ କ୍ଷେତ୍ରରେ ନାରୀ ଆଗକୁ ଆସିବା ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ । ଏହି ସମୟରେ ଉପସ୍ଥିତ ସମସ୍ତ ମହିଳା ମାନଙ୍କୁ ନେଇ ଛୋଟି ପ୍ରତିଯୋଗିତା ହୋଇଥିଲା । କୃତିତ୍ୱ ମହିଳା ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସେହିପରି କିଛି ମହିଳା ମାନଙ୍କୁ ନେଇ ଏକ ଛୋଟିଆ ପ୍ରତିଯୋଗିତା ହୋଇଥିଲା ଯେଉଁଥିରେ କି ନାରୀ ମାନେ ଦୁର୍ବଳ ନୁହଁନ୍ତି ସେମାନେ ଜଣେ ଜଣେ ସବଳା ବୋଲି ଦର୍ଶାଇଥିଲେ । ପରିଶେଷରେ ସମସ୍ତ ସହିଳା ମାନଙ୍କ ମଧ୍ୟରୁ କିଛି ମହିଳା ନାରୀ ମାନଙ୍କୁ ନେଇ ନିଜେ ଲେଖି ଆଣିଥିବା ନିଜ ନାଜ ଆଞ୍ଚଳିକ ଭାଷାରେ ଗୀତ ଗାଇଥିଲେ । ଏହି ସମୟରେ ଉକ୍ତ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସି.ୱାଇ. ଏସ.ଡି ଅନୁଷ୍ଠାନର ରାଜେନ୍ଦ୍ର ସାଉଣ୍ଟା , ହର୍ଷାଟ୍ରଷ୍ଟ ର ସିର୍ଷେନ୍ଦୁ ପାତ୍ର ଏସ.ଫୋର.ଏସ ପ୍ରବୀଣ କାଲେ , ଏଫ.ଇ.ଏସ ପ୍ରଦୀପ ମିଶ୍ର , ତପନ ଖସଲା , ମୁରଲୀ କ୍ରିଷ୍ଣା , କୃତିକା ମହାନ୍ତି , ସୁଶ୍ରୀତା ମିଶ୍ର , ଭାଗ୍ୟଶ୍ରୀ ସାହୁ , ଦିଲ୍ଲୀପ ଚମ୍ପି , ନାନ୍ସି କାର୍ତିକ , ରମେଶ ଚୌଧୁରୀ , ବିଶ୍ୱନାଥ ତଦିଙ୍ଗି , ପ୍ରଶାନ୍ତ ପାଙ୍ଗି , ମୋନିକା ଖରା ଲାକି ଜନୀ ଆଞ୍ଚଳିକ ମହିଳା ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ବସନ୍ତ ଅଥର ନାୟକ ପ୍ରମୁଖ ସହଯୋଗ କରିଥିଲେ ।
ଆମ୍ବ ବଗିଚାରେ ଏକାଠି ହେଲେ ମହିଳା ପାଳିଲେ ଆନ୍ତର୍ଜାତୀୟ ଦିବସ
