ଅତାବିରାରେ ମେଗା ରକ୍ତଦାନ ଶିବିର


ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ଅଗ୍ରସେନ ଭବନ ଠାରେ ଅଞ୍ଚଳ ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଆରମ୍ଭ ହୋଇଛି l ବରଗଡ଼ ଉପ ଜିଲ୍ଲାପାଳ ଲଲାଟ ଲୁହା ଏହାକୁ ଉଦଘାଟନ କରିଥିଲେ l ରକ୍ତଦାନ ମହତ ଦାନ l ରକ୍ତଦାନ କରି ଏକ ଜୀବନ ର ରାହା ଖୋଜୁଥିବା ମଣିଷ ର ସେହିଁ ଜୀବନକୁ ବଞ୍ଚାଇବା ଏକ ମହତ କାର୍ଯ୍ୟ l ରକ୍ତଦାନ କରି ନିଜକୁ ସୁସ୍ଥ ରଖିବା ସହ ଅନ୍ୟ ଜୀବନ ବଞ୍ଚାଇବାରେ ପ୍ରୟାସ କରିବା ପ୍ରତ୍ୟେକ ରକ୍ତଦାତା ପ୍ରଶଂସାର ପାତ୍ରl ଏଠାରେ ଆୟୋଜିତ ରକ୍ତଦାନ ଶିବିରରେ ସ୍ବେଛାକୃତ ରକ୍ତଦାତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି l ଏଥୁରେ ଅତାବିରା ଗ୍ରାମ୍ୟ କମିଟି, ବଣିକ ସଂଘ, ଓକିଲ ସଂଘ, ମାରୱାଡି ସମାଜ, ବଜରଙ୍ଗ ଦଳ, ଲାୟନ୍ସ କ୍ଳବ, ଦୁର୍ଗା ପୂଜା କମିଟି ଅତାବିରା – ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ବରଗଡ଼ (ଜାଵ ) ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l