ପୁଅ ନ ପୋଷିବାରୁ ବାର ଦୁଆର ବାପା। ପୋଲିସ ନିକଟରେ କଲେ ଅଭିଯୋଗ


ଅସ୍ତରଙ୍ଗ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ନଇଗୁଆଁ ଗ୍ରାମରେ ଦେଖିବାକୁ ମିଳିଛି ଏକ ଘଟଣା । ଦୁଇ ଜଣ ପୁଅ ଥିବା ଏହି ବୃଦ୍ଧ ଜଣକ ତାଙ୍କର ପରିଣତ ବୟସରେ ଠିକ୍ ସେ ଖାଇବାକୁ ପିଇବାକୁ ନପାଇ ବାର ଦୁଆର ବୁଲିବା ସହ,ନାୟ ପାଇଁ କାକଟପୁର ଥାନା ର ଦ୍ବାରସ୍ଥ ହୋଇଥିବା ଜଣା ପଡିଛି ।
ଘଟଣାରୁ ପ୍ରକାଶ ଜେ, ଅପଛ ସାହୁ (୮୫) । ତାଙ୍କର ଦୁଇ ପୁଅ। ବଡ଼ପୁଅ ଠୀକାଦାରି କରି ଚଳୁଥିବା ବେଳେ, ସାନ ପୁଅ ଅବସରପ୍ରାପ୍ତ ନେଭି କର୍ମଚାରୀ ଓ ବର୍ତ୍ତମାନ ଏକ ସରକାରୀ ବ୍ୟାଙ୍କ୍ ରେ କ୍ୟଶିଆର ଭାବେ କାର୍ଯ୍ୟ କରୁଛନ୍ତି। ପିତା ଅପଛ ଙ୍କର ପୂର୍ବରୁ ହାର୍ନୀଆ ରହିଥିବା ବେଳେ ତାଙ୍କ ସ୍ତ୍ରୀ ପାରାଲିସିସି ରେ ଆକ୍ରାନ୍ତ। ପୁଅ ମାନେ କିଛି ନ ବୁଝିବାରୁ ମିଳୁଥିବା ଭତାରେ ଦୁଇ ପ୍ରାଣୀ ଚଳୂ ଥିଲେ । ହେଲେ,ଔଷଧ ଖର୍ଚ୍ଚ ସହ,ସେମାନଙ୍କର ଖର୍ଚ୍ଚ ଅଧିକା ହେବାରୁ ବୃଦ୍ଧ ଅପଛ କିଛି ଜମି ବିକ୍ରି କରି ନିଜ ପୀଡ଼ିତା ବୃଦ୍ଧା ପାଇଁ କିଛି ଟଙ୍କା ଖର୍ଚ୍ଚ କରି ନିଜେ ମଧ୍ୟ ରୋଗ ଭଲ ହେବା ପାଇଁ ଡକ୍ଟର ଙ୍କ ପରାମର୍ଶ ନେଲେ । ହେଲେ ଦୁଇ ଦୁଇ ଗୋଟି ପୁଅ ଥିବା ବେଳେ, ବାପ ଓ ମାକୁ ଭଲ କରିବେ କଣ ଆମେ ତୁମର ସେବା ଶୁଶ୍ରୁଷା କରି ପାରିବୁନି କହି ,ଦୁହିଁଙ୍କୁ ଘରୁ ତଦିଦେଲେ । ବୃଦ୍ଧା ମା ଝିଅ ଘରେ ପଡ଼ିଥିବା ବେଳେ,ବାପା ଅପଛ ବାର ଦୁଆର ବୁଲି ଶେଷରେ କାକଟପୁର ଥାନା ର ଦ୍ବାରସ୍ଥ ହୋଇଛି । ଦେଖା ଯାଉ ଥାନା ଅଧିକାରୀ କାକଟପୁର ଙ୍କ ଠାରୁ କି ପ୍ରକାର ନ୍ୟାୟ ଏହି ବୃଦ୍ଧ ବୃଦ୍ଧା ଙ୍କୁ ମିଳୁଛି ।