Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଳିତ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ୍ ଖେଳିବେନି କେଏଲ ରାହୁଲ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ୱିକେଟକିପର-ବ୍ୟାଟସମ୍ୟାନ୍ କେଏଲ ରାହୁଲ ଆଇପିଏଲ ୨୦୨୫ର କିଛି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିପାରିବେ ନାହିଁ।

ରିପୋର୍ଟ ଅନୁସାରେ, ୩୨ ବର୍ଷୀୟ ଏହି ବ୍ୟାଟସମ୍ୟାନଙ୍କ ଘରେ କୁନି ଅତିଥି ଆସିବାକୁ ଯାଉଛନ୍ତି। ଅର୍ଥାତ୍ ପ୍ରଥମ ସନ୍ତାନର ଜନ୍ମ ସମୟରେ ସେ ପତ୍ନୀ ଆଥିୟା ଶେଟ୍ଟୀଙ୍କ ସହ ରହିବା ପାଇଁ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ ଖେଳିବେ ନାହିଁ।

କେଏଲ ରାହୁଲ ଏପର୍ଯ୍ୟନ୍ତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ସନରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ କିଙ୍ଗସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ ପାଇଁ ଖେଳି ସାରିଛନ୍ତି।

ଆଇପିଏଲ ୨୦୨୫ ମେଗା ନିଲାମରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୪ କୋଟି ଟଙ୍କାରେ ସାଇନ୍ କରିଥିଲା। ପୂର୍ବତନ ଏଲଏସଜି ଅଧିନାୟକ ଏପର୍ଯ୍ୟନ୍ତ ୧୩୨ଟି ଆଇପିଏଲ ମ୍ୟାଚ୍ ଖେଳିଛନ୍ତି। ଏଥିସହିତ ଚାରିଟି ଶତକ ଏବଂ ୩୭ଟି ଅର୍ଦ୍ଧଶତକ ସହାୟତାରେ ସେ ୪୬୮୩ ରନ କରିଛନ୍ତି।