Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୂଶନପୁରୀ ହନୁମାନ ମନ୍ଦିର କୂମ୍ଭଭରଣ

ବରପାଲି:ବରପାଲି ବ୍ଳକ କୁଶନପୁରୀ ଗ୍ରାମରେ ନବନିର୍ମିତ ହନୁମାନ ମନ୍ଦିର କୂମ୍ଭଭରଣ ଉତ୍ସବ ସମ୍ପର୍ଣ୍ଣ ହୋଇଯାଇଛି। ରବିବାର ମେହେର ପଡା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ରାଜନେତା ଓ ଭକ୍ତ ମଣ୍ତଳିଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ।
ଉତ୍ସବରେ ପୂଜାକର୍ତ୍ତା ଭାବେ ରାମଚନ୍ର୍ଦ ମେହେର ଧର୍ମପତ୍ନୀ ଅଜଂଳୀ ମେହେରଙ୍କ ସମେତ କ୍ରୁଷ୍ଣଚନ୍ର୍ଦ ମେହେର ଧର୍ମପତ୍ନୀ ରିଙ୍କି ମେହେର, ଚମ୍ପେଶ୍ବର ମେହେର ଧର୍ମପତ୍ନୀ ଅରୂଣା ମେହେର,ହେମନ୍ତ ମେହେର,ପ୍ରମିଳା ମେହେର, ସୂରେନ ମେହେର ଓ ବିଜିଲୀ ମେହେର କାର୍ଯ୍ଯଭାର ନିର୍ବାହ କରିଥିଲେ।ପୁର୍ବାହ୍ନ ସମୟରେ ଗ୍ରାମର ଶତାଧିକ ମହିଳା ଓ ଯୁବତୀ ମାନେ ବାଜାଗାଜା ଓ ସଂକିର୍ତ୍ତନ ମଣ୍ଡଳିଙ୍କ ଗହଣରେ କଳସ ଶୋଭାଯାତ୍ରା ମନ୍ଦିର ପରିସରରୁ ବାହାରି ପରିକ୍ରମା ମାଧ୍ଯମରେ ମନ୍ଦିର ପରିସରରେ ପହଚିଂଥିଲେ। ପରେ ପଣ୍ତିତ ଉମେଶ ପାଣିଗ୍ରାହୀ ଓ ଆଚାର୍ଯ୍ଯ ଏକଲବ୍ଯ ଦାଶଙ୍କ ଦ୍ବାରା ପୂର୍ଣ୍ଣକୂମ୍ଭ ମାନ ସିଦ୍ଧିକାର୍ଯ୍ଯ ସମିପନ ହୋଇ ପୂଜାକାର୍ଯ୍ଯ ଆରମ୍ଭ ହୋଇଥିଲା। ପରେ ନିତିକାନ୍ତି ଅନୁଶାରେ କୂମ୍ଭ ଭରଣ ପର୍ବ ଆରମ୍ଭ ହୋଇଥିଲା। ଏହି ଅବସରରେ ମଣ୍ତପରେ ରାମାୟଣ ପରାୟଣ ସହ ସଂଧ୍ଯା ସମୟରେ ପଦ୍ମଶ୍ରୀ ହଳଧର ନାଗଙ୍କ ଦ୍ବାରା କବିତା ପାଠତ୍ସବ ସମାବେଶର ଆୟୋଜନ କରାଯାଇଥିଲା। ପରିଚାଳନା କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ସୁବ୍ଯବସ୍ଥା ମାନ କରାଯିବା ସହ ମନ୍ଦିର ଓ ବେଢା ପରିସରକୁ ରଙ୍ଗିନ ଆଲୋକ ମାଳାରେ ସାଜସଜ୍ଜା କରାଯିବା ସହିତ ପ୍ରସାଦ ବଣ୍ଟନ ବ୍ଯବସ୍ଥା ମଧ୍ଯ ହୋଇଥିଲା। ପରିଚାଳନାରେ ସୁଦାମ ମେହେର, ଲିଙ୍ଗରାଜ ମେହେର,ସୂଧିର ମେହେର, ବ୍ରୁନ୍ଦାବନ ମେହେର,ଭକ୍ତ ଷଣ୍ଢ, ପହଲି ଷଣ୍ଢ,ବିଦେଶି ରାଏ, ସରୋଜ ପଧାନ ପ୍ରମୁଖଙ୍କ ସହ କମିଟି ସଦସ୍ଯ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ