ତେନ୍ତୁଳି ଗଛରୁ ପଡି ଆହାତ ଯୁବକ ପ୍ରାଥମିକ ଚିକିତ୍ସା ପରେ ମୃତ


ପଟ୍ଟାଙ୍ଗି୧୧/୦୩କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ସୁଙ୍କି ଥାନା ଅଧିନସ୍ଥ ତଳଗୋଲୁର ପଞ୍ଚାୟତ ର ବଡ଼ ଡଙ୍ଗର ଗ୍ରାମରେ ଏକ ତେନ୍ତୁଳି ଗଛ ଉପରୁ ତଳେ ଖସି ପଡି ଆହତ ହୋଇ ପ୍ରାଥମିକ ଚିକିତ୍ସା ପରେ ମୃତ ବରଣ କରିଥିବା ପୋଲିସ ନିକଟରେ ହୋଇଛି ଲିଖିତ ଅଭିଯୋଗ ।
ସୂଚନା ଅନୁଯାଇ ଉକ୍ତ ପଞ୍ଚାୟତ ର ବଡ଼ ଡଙ୍ଗର ଗ୍ରାମରେ ବସବାସ କରୁଥିବା ଜାନି ଆପାନ୍ନା ଗ୍ରାମ ନିକଟରେ ରହିଥିବା ଏକ ତେନ୍ତୁଳି ଗଛରେ ଚଡି ତେନ୍ତୁଳି ତୋଳିବା ସମୟରେ ଭାର ସାମ୍ୟ ହରାଇ ତଳେ ପଡି ଗୁରୁତର ଆହତ ହୋଇ ପଡିଥିଲେ ।
ତେନ୍ତୁଳି ଗଛରୁ ଆପାନ୍ନା ପଡିଯିବା ଦେଖି ଗ୍ରାମବାସୀ ଘଟଣା ସ୍ଥଳେ ପହଞ୍ଚି ଆହତ ଙ୍କୁ ଉଧାର କରି ପ୍ରଥମେ ସୁଙ୍କି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇ ପ୍ରାଥମିକ ଚିକିତ୍ସା କରି ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରିଥିଲେ ।
ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆହତ ଆପାନ୍ନା ଙ୍କ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ଆହତ ଜଣକ ଆଖି ବୁଜ ଦେଇଥିଲେ । ଖବର ପାଇ ସୁଙ୍କି ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଏକ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସେପଟେ ଆପାନ୍ନା ମୃତ୍ୟୁବରଣ କରି ଯିବାପରେ ତାଙ୍କ ସ୍ତ୍ରୀ ଏକାକୀ ହୋଇ ପଡିଥିବା ବେଳେ ରୋଜଗାର ଯୋଗାଇ ଦେଉଥିବା ତେନ୍ତୁଳି ମୋ ପାଇଁ କାଳ ହେଲା ବୋଲି କହୋ ଭରା କାନ୍ଦରେ ପ୍ରକାଶ କରିଛନ୍ତି ।