Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠାରେ ବ୍ରାହ୍ମଣ ଦେବୀ ମହୋତ୍ସବ ,ବିଧାୟକଙ୍କ ଦ୍ଵାରା ସୁଭଖୁଣ୍ଟି ସ୍ଥାପନ

ବେଲଗୁଣ୍ଠା: ବେଲଗୁଣ୍ଠା ଚାଲିଥିବା ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଉପଲକ୍ଷେ ହେବାକୁ ଥିବା ମହୋତ୍ସବର ଶୁଭ ଖୁଣ୍ଟି ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ କରକମଳରେ ସ୍ଥାପିତ ହେବା ସହିତ ମହୋତ୍ସବ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ।
ଆଜି ଦିନ ୧୦ ଟା ବେଳେ ବେଲଗୁଣ୍ଠା ବଡ଼ଦାଣ୍ଡଠାରୁ ମହୋତ୍ସବ କମିଟି ସଭାପତି ତଥା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ଶୁଭ ଖୁଣ୍ଟି ନେଇ ମାଁ ବ୍ରାହ୍ମଣ ଦେବୀଙ୍କ ଅସ୍ଥାୟୀ ପୀଠରେ ପହଞ୍ଚିଥିଲେ ।ସେଠାରେ ମାଁ ଙ୍କ ନିକଟରେ ଶୁଭଖୁଣ୍ଟି ପୂଜାର୍ଚ୍ଚନା କରିବା ପରେ ବଡ଼ଦାଣ୍ଡ ଠାରେ ଏହାକୁ ସ୍ଥାପିତ କରାଯାଇଥିଲା । ପରମ୍ପରା ଅନୁସାରେ ବେଲଗୁଣ୍ଠା ମାଁ ବ୍ରାହ୍ମଣ ଦେବୀ ଯାତ୍ରାରେ ଗୋଟିଏ ଶୁଭ ଖୁଣ୍ଟି କୋଳି ସାହି ଅସ୍ଥାୟୀ ପୀଠରେ ସ୍ଥାପନା କରାଯାଇଥିବା ବେଳେ ମହୋତ୍ସବ ତଥା ବିଭିନ୍ନ ସାହି, ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ତରଫରୁ ହେଉଥିବା ଆତସବାଜି, ପଟୁଆର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନ୍ୟ ଏକ ଶୁଭ ଖୁଣ୍ଟି ସ୍ଥାପିତ କରାଯାଇଥାଏ ଯାହା କି ଏହି ଯାତ୍ରାର ବିଶେଷତ୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ ।ଆଜିର ଏହି କାର୍ଯ୍ୟକ୍ରମ ପରେ ଆସନ୍ତା କାଲି ଠାରୁ ମାଁ ଙ୍କ ନଗର ପରିକ୍ରମା ଆରମ୍ଭ ହେବ ବୋଲି ଜଣାପଡିଛି ।ଆସନ୍ତା କାଲି ବେଲଗୁଣ୍ଠା ୪ ନମ୍ବର ୱାର୍ଡ ରଙ୍ଗଣୀପାଟଣା ସାହି ତରଫରୁ ଆକର୍ଷଣୀୟ ବାଣ ପଟୁଆର ସହିତ ମାଁ ବ୍ରାହ୍ମଣ ଦେବୀ ନଗର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ଆଗାମୀ ଦିନରେ ମାଁ ଙ୍କ ନଗର ପରିକ୍ରମା ମହାସମାରୋହରେ ପାଳନ ହେବା ସହିତ ବିଭିନ୍ନ ପ୍ରକାରର ଆତସବାଜି ପ୍ରଦର୍ଶନ ହେବ ଯାହା କି ବେଲଗୁଣ୍ଠା ଯାତ୍ରାର ସ୍ୱତନ୍ତ୍ରତା ବୋଲି କୁହାଯାଏ ।ଏଥି ସହିତ ଓଡିଶାର ସ। ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।ଆଜିର ଏହି କାର୍ଯ୍ୟକ୍ରମରେ ଯାତ୍ରା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ କାର୍ଯକାରୀ ସଭାପତି ଫିରୋଜ କୁମାର ସେଠୀ,ସନ୍ତୋଷ କୁମାର ସୁବୁଦ୍ଧି, ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର ଓ ଚନ୍ଦ୍ରମଣି ସାମଲ,ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ଆଇନଜୀବି ସନ୍ତୋଷ କୁମାର ପଣ୍ଡା,ବରିଷ୍ଠ ହାଇକୋର୍ଟ ଆଇନଜୀବୀ ଓମ୍ ପ୍ରକାଶ ସାହୁ, ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ଦିବ୍ୟ ରଞ୍ଜନ ଦାଶ, ଭାସ୍କର ପାତ୍ର, ଦିଲ୍ଲୀପ କୁମାର ଆଚାରୀ,ଭି.ଦେବୀ ପ୍ରସାଦ ପାତ୍ର, ସମସ୍ତ କାଉନସିଲର ବୃନ୍ଦ ଙ୍କ ସହିତ ବହୁ ସହରବାସୀ ଯୋଗ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ