Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଲରୁ ଫେରି ପୁଣି ଅଭିଯୋଗ କାରୀଙ୍କୁ ଧମକ ଦେବା ମାମଲାରେ ଅଭିଯୁକ୍ତ କୋର୍ଟ ଚାଲାଣ।

ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଗ୍ରାମରେ ଗଣ୍ଡଗୋଳ ମାମଲା ରେ ଜେଲରୁ ଫେରିବା ପରେ ପୁଣିଥରେ ଅଭିଯୋଗକାରୀଙ୍କୁ ଧମକ ଚମକ ଦେବା ସହ ଆକ୍ରମଣ କରିବା ମାମଲାରେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତ ଜଣଙ୍କ ପିତାତଳି ଗ୍ରାମର ଏସ ବାଳକ୍ରିଷ୍ଣା ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ପିତାତଳି ଗ୍ରାମରେ ଗତ ଜାନୁଆରୀ ମାସରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ସହ ୪ ଟି ବିଭିନ୍ନ ମାମଲା ରୁଜୁ ହୋଇଥିଲା। ପୁଲିସ ପକ୍ଷରୁ ସଂଘର୍ଷ ରେ ସାମିଲ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ଏହି କ୍ରମରେ ପି ଜାନକୀ ରାଓ ଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ କ୍ରମେ ଏସ ବାଳକ୍ରିଷ୍ଣା ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।ଗତ କିଛି ଦିନ ତଳେ ବାଳକ୍ରିଷ୍ଣା କୋର୍ଟ ରୁ ସର୍ତମୂଳକ ଜାମିନ ରେ ଆସିଥିଲେ। କିନ୍ତୁ ଆଜି ପ୍ରାୟ ଦିନ‌ ସାଢେ଼ ଦଶଟା ବେଳେ ଅଭିଯୁକ୍ତ ବାଳକ୍ରିଷ୍ଣା ଜାନକୀ ଙ୍କ ଘରକୁ ଆସି ଧମକ ଦେବା ସହ ତୁରନ୍ତ କେସ ପ୍ରତ୍ୟାହାର ନକଲେ ଜୀବନରେ ମାରିଦେବାକୁ ଧମକ ଦେବା ସହ ତାଙ୍କୁ ଏବଂ ତାଙ୍କ ସ୍ତ୍ରୀ ପି ଧନବତୀ ଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୨୮/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବାଳକ୍ରିଷ୍ଣା କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories