Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁରୁଣା ଆମ୍ବୁଲାନ୍ସ ପାଇଁ ରୋଗି ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଠିକ ସମୟରେ ଆମ୍ବୁଲାନ୍ସ ନପହଁଚିବାରୁ ଜଣେ ରୋଗିଙ୍କ ମୃତ୍ୟୁ ହୋଇଛି।ଏହି ଘଟଣା କୌଣସି ନୁଆ ନୁହଁ ଗତ କିଛି ଦିନ ତଳେ ଆମ୍ବୁଲାନ୍ସ ୧୭ ଘଣ୍ଟା ପର୍ଯ୍ୟନ୍ତ ନପହଁଚିବାରୁ ଜଣେ ଆଦିବାସି ମହିଳା ନିଜର ନବଜାତ ଶିଶୁ ପୁତ୍ରକୁ ହରାଇଥିଲେ।ଖବରଟି ଚାରିଆଡେ ପ୍ରକଟ ହେବା ପରେ ଜିଲ୍ଲା ପ୍ରସାସନ ସମସ୍ୟା ସମାଧାନ କରିବାକୁ ଏଡିଏମଙ୍କୁ ପଠାଇ ଥିଲା।ହେଲେ ଏଡିଏମଓ ସମସ୍ୟା ସମାଧାନ କରିବା ଜାଗାରେ ତାକୁ ପୁଣି ଯଟିଳ କରିଦେଲେ।ନୂତନ ଆମ୍ବୁଲାନ୍ସ ବଦଳରେ ପୁରୁଣା ଦେଇଥିବା ଆମ୍ବୁଲାନ୍ସ ଦେଇଦେଲେ।ଜାହାକୁ ନେଇ ବ୍ଲକ ବାସିନ୍ଦା ନାପସନ୍ଦ କରିବାର ଦୁଇଦିନ ନପୁରୁଣୁ ଆଜି ରୋଗୀ ଆଣିବାକୁ ଯାଉଥିବା ବେଳେ ବାଟରେ ପୁରୁଣା ଆମ୍ବୁଲାନ୍ସଟି ସର୍ଟସର୍କିଟ ହୋଇ ଯନ୍ତ୍ରାଂଶ ପୋଡ଼ି ନଷ୍ଟ ହୋଇଯାଇଥିଲା।ଫଳରେ ଆମ୍ବୁଲାନ୍ସ ଠିକ ସମୟରେ ନପହଁଚିବାରୁ ରୋଗିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି।ଜିଲ୍ଲା ପ୍ରସାସନର ହେଗ୍ୟାନ ପାଇଁ ୫ ଦିନ ମଧ୍ୟରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏଥି ପାଇଁ ସବୁ ମହଲରେ ପ୍ରସାସନକୁ ଦାଇ କରାଜାଇଛି।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସବୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଜାଇଥିବା ବେଳେ ବନ୍ଧୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପ୍ରତି ଏତେ ଅବହେଳା କଣ ପାଇଁ।ଆଗାମି ଦିନରେ ଜଦି ପ୍ରଶାସନ ତରଫରୁ ନୂତନ ଆମ୍ବୁଲାନ୍ସ ଯୋଗାଇ ଦିଆ ନଜାଏ ତେବେ ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।