ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଶିକ୍ଷା ଅଫିସର ଙ୍କ ଘୋଷଣା ଅନୁଯାୟୀ ( ଚି. ନମ୍ବର- ୩୧୫, ତାରିଖ- 11/03/2025) ଚକାବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୃତୀୟ ବୃତ୍ତି ପରୀକ୍ଷାରେ ପ୍ରଚୀରାଣୀ ଦାଶ ଏବଂ ପଞ୍ଚମ ବୃତ୍ତି ପରୀକ୍ଷାରେ ଅମିତ ମେହେର କୃତକାର୍ଯ୍ୟ ହୋଇଥିବା ଘୋଷଣା ହୋଇଛି । ଏହି ଉଲ୍ଲେଖନୀୟ ସଫଳତା ଦେଖି ବିଦ୍ୟାଳୟ , ଗ୍ରାମ , କ୍ଲଷ୍ଟର୍ ଏବଂ ପରିବାର ମଧ୍ୟରେ ଉତ୍ସାହ ଓ ଖୁସିର ଲହରୀ ଦେଖା ଦେଇଛି l ଛାତ୍ର ଛାତ୍ରୀଙ୍କ ଏହି ଅଭିନବ ସଫଳତାର ଶ୍ରେୟ ଶିକ୍ଷକମାନଙ୍କ ଦୁଢ଼ ପ୍ରୟାସ , ସହଯୋଗ ଏବଂ ଛାତ୍ରଛାତ୍ରୀଙ୍କ ଅହର୍ନିଶ ପରିଶ୍ରମକୁ ଯାଏ । ଏହି ଉତ୍କୃଷ୍ଟ ସଫଳତା ଉପଲକ୍ଷେ, ବ୍ଲକ୍ ଶିକ୍ଷା ଅଫିସର , ଅଞ୍ଚଳୀୟ ଶିକ୍ଷା ବିଭାଗ ଓ ସ୍ଥାନୀୟ ଗ୍ରାମବାସୀମାନେ ଚାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ।
ଚକାବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ବୃତ୍ତି ପରୀକ୍ଷାରେ ସଫଳତା
