ବୀରମହାରାଜପୁର : ସୁବର୍ଣ୍ଣପୁର -ବୀର ମହାରାଜପୁର -ରେଢ଼ାଖୋଲ ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଉପରେ ଏବଂ ବୀରମହାରାଜପୁର ଠାରୁ ପ୍ରାୟ ପାଞ୍ଚ /ଛଅ କିଲୋମିଟର ଦୂରରେ ରହିଥିବା ଡୁଙ୍ଗୁରି ଛକ ଯାତ୍ରୀ ବିଶ୍ରାମଗାର ଟି ବହୁ ପୁରୁଣା ହୋଇ ଥିବାବେଳେ ଏହା ବିପଦ ଶକୁଳ ତଥା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି l ଫଳରେ ବସ ଅପେକ୍ଷାରେ ଦୈନିକ ଏଠାକୁ ଆସୁଥିବା ଯାତ୍ରୀମାନେ ବିଶ୍ରାମ ନେବା ପାଇଁ ନାହିଁ ନଥିବା ଅବସ୍ଥାର ସମ୍ମୁଖୀନ ହେଉଛନ୍ତି l ସୂଚନା ଅନୁଯାୟୀ ଏହି ଡୁମୁରି ଛକ ଦେଇ ବୀରମହାରାଜପୁର ବ୍ଲକ ଅଂଚଳର ଡୁଙ୍ଗୁରି, ଗୋଧ ନେଶ୍ୱର, କେଉଁଟିପାଲି, ବଡଖମାର, ଚନ୍ଦଲି ତଥା ଆଖପାଖ ଗ୍ରାମର ବହୁ ଲୋକ ଯିବାଆସିବା କରିଥାନ୍ତି l ଏଣୁ ଯଥାଶୀଘ୍ର ଏହି ଛକ ଉପରେ ନୂତନ ଯାତ୍ରୀବିଶ୍ରାମଗାର ଟିଏ ନିର୍ମାଣ ପାଇଁ ପ୍ରଶାସନ ସ୍ତରରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରନ୍ତି l
ବିପଦ ସଂକୁଳ ଅବସ୍ଥାରେ ଡୁଙ୍ଗୁରି ଯାତ୍ରୀ ବିଶ୍ରାମଗାର
