ଚନ୍ଦଲି ସଂରକ୍ଷିତ ଜଙ୍ଗଲରେ ଜଳାଭାବ; ସଂକଟରେ ବନ୍ୟପ୍ରାଣୀ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ବନାଞ୍ଚଳ ଅଧୀନସ୍ଥ ସୁବଳୟା ରେଞ୍ଜ ର ଚନ୍ଦଲି ସଂରକ୍ଷିତ ଜଙ୍ଗଲର ଚତୁଃର୍ପାଶ୍ୱରେ ସାତୋଟି ଛୋଟବଡ଼ ଜଳାଶୟ ନିର୍ମାଣ କରାଯାଇ ଥିବାବେଳେ କେଉଁଠି ହେଲେ ପିମ୍ପୁଡିଟିଏ ପାଣି ପିଇବାକୁ ପାଣି ନାହିଁ l ସବୁ ଜଳାଶୟ ଗୁଡିକ ଗ୍ରୀଷ୍ମପ୍ରବାହ ଯୋଗୁଁ ପାଣିଶୁଖି ମାଟିଫାଟି ଆଁ କରିଛି l ଫଳରେ ଉକ୍ତ ଜଙ୍ଗଲ ରେ ରହୁଥିବା ବନ୍ୟପ୍ରାଣୀ ପାଣି ଟୋପାଏ ପାଇଁ ଡହକ ବିକଳ ହୋଇ ଜନବସତି ମୁହାଁ ହେଉଛନ୍ତି l ଏଇଭଳି ପରିସ୍ଥିତିରେ କେଉଁଠି ଜନ୍ତୁ ଶିକାରୀ ହାବୁଡ଼ରେ ପଡି ମରୁଛନ୍ତି ତ ଆଉ କେଉଁଠି ହିଂସ୍ରଜନ୍ତୁ ଆକ୍ରମଣରେ ମଣିଷପଡି ଘାଇଲା ହେଉଛନ୍ତି l ପ୍ରତିବର୍ଷ ସରକାରୀ ସ୍ତରରେ ଜଙ୍ଗଲରେ ବନ୍ୟ ପ୍ରାଣୀ ମାନଙ୍କ ପାଇଁ ପୋଖରୀ ଖନନ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହା କୌଣସି କାମରେ ଆସୁ ନ ଥିବା ସାଧାରଣରେ ଚର୍ଚ୍ଚା ହୁଏ l