Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ଗଦି ଦୋକାନ ରେ ଅଗ୍ନୀକାଣ୍ଡ, କାରଣ ଅସ୍ପଷ୍ଟ।

କଳାହାଣ୍ଡି:୨୦/୦୩
କଳାହାଣ୍ଡି ଜିଲା ଭବାନୀପାଟଣା ସହର ଘୋଡାଘାଟ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୩ ଟି ଦୋକାନରେ ଗୁରୁବାର ନିଆଁ ଲାଗି ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି। ନିଆଁ ଟି ପ୍ରଥମେ ଗଦି ଦୋକାନରୁ ଲାଗି ଥିବାବେଳେ ପରେ ପାଖରେ ଥିବା ପନି ପରିବା,ସୋଡ଼ା ଦୋକାନରେ ଲାଗି ଯାଇଥିଲା। ଏହାସହ ନିକଟରେ ଥିବା ଡେଲି ନିଡ୍ସ ଦୋକାନରେ ମଧ୍ୟ ନିଆଁ ଲାଗି ଯାଇଥିଲା।ଗଦି ଦୋକାନ ରେ ନିଆଁ ଲାଗି ଯିବାରୁ ନିଆଁ ର ବେଗ ପ୍ରଖର ହୋଇଯାଇଥିଲା। ଖବର ପାଇ ଭବାନୀପାଟଣା ଅଗ୍ନିଶମ ଟିମ ଘଟଣା ସ୍ଥଳକୁ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି। ଏହଯୋଗୁଁ ଜାତୀୟ ରାଜପଥ ରେ ଗାଡି ଚଳାଚଳ ଓ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଲିଛି। ତେବେ ନିଆଁ କେଉଁ କାରଣରୁ ଲାଗିଲା ତାହା ବର୍ତ୍ତମାନ ବି ସ୍ପଷ୍ଟ ଜଣାପଡ଼ି ନାହିଁ। ତେବେ ହଟାତ ନିଆଁ ଲାଗିବାରୁ ସ୍ଥାନୀୟ ଦୋକାନୀ ମଧ୍ୟ ଆହତ ହୋଇଛନ୍ତି। ସେହିପରି କେତେ କ୍ଷୟ କ୍ଷତି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ଜଣାପଡିନାହିଁ।