କଳାହାଣ୍ଡି ଜିଲ୍ଲାର ୨୩୭୭ ଅଙ୍ଗନୱାଡି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’
କଳାହାଣ୍ଡି, ୨୮/୦୯-ସେବା ସଂକଳ୍ପ ଅଭିଯାନ ଅବସରରେ କଳାହାଣ୍ଡି ଜିଲ୍ଲାର ୨୩୭୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ ଆୟୋଜନ କରାଯାଉଛି। ଏହି ଅବସରରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ସୁନ୍ଦର ଭାବେ ସଜାଯାଇ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳା ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ବିଭିନ୍ନ ସଚେତନତାମୂଳକ ଓ ପୁଷ୍ଟି ସମ୍ବନ୍ଧୀୟ କାର୍ଯ୍ୟକ୍ରମ କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଓ ଫଳମୂଳ ପ୍ରଦର୍ଶନୀ ସହିତ ଶିଶୁମାନଙ୍କ ପାଇଁ ଆନନ୍ଦଦାୟକ ଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶାଙ୍କ ମାର୍ଗଦର୍ଶନ ଓ ପୋଷଣ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଅଜୟ ବିହାରଙ୍କ ତତ୍ୱାବଧାନରେ ଜିଲ୍ଲାର ୧୪ଗୋଟି ପ୍ରକଳ୍ପର ସିଡିପିଓ ଏବଂ ସୁପରଭାଇଜରଙ୍କ ନେତୃତ୍ୱରେ ଏହି ଉତ୍ସବ ଆୟୋଜିତ ହେଉଛି।

