Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରି ମୁହାଁଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଙ୍କ ଯୋଗଦାନ।

କଳାହାଣ୍ଡି,୨୯/୦୯
କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧିନସ୍ଥ ଆମପାଣି ପଞ୍ଚାୟତର ଉପାନ୍ତ ଅଞ୍ଚଳ ରେ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଦୀର୍ଘ ବର୍ଷ ଧରି ପ୍ରଧାନ ଶିକ୍ଷକ ନିଯୁକ୍ତି ହୋଇନଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଈଶ୍ୱରୀ କୁମାର ଅଗସ୍ତି କାର୍ଯ୍ୟଭାର ତୁଲାଉଥିଲେ। ତେବେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ଙ୍କ ପଦୋନ୍ନତି ପରେ ଗୋ ଲା ମୁଣ୍ଡା ସାନ ଚେରଗାଁ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଥିବା ନରେଶ କୁମାର ଭୋଇ ପଦୋନ୍ନତି ପାଇ ମଙ୍ଗଳବାର ବିରି ମୁହାଁଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଛନ୍ତି। ପ୍ରଧାନ ଶିକ୍ଷକ ଙ୍କ ଯୋଗଦାନ ସମୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସଂଜୀବ କୁମାର ପାଢ଼ୀ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ସମେତ ପୂର୍ବତନ ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି, ସହକାରୀ ଶିକ୍ଷକ ପଙ୍କଜ କୁମାର ପରିଜା, ପ୍ରଭାକର ଖଟୁଆ ସମେତ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବନବାସୀ ମାଝୀ ଶ୍ରୀ ଭୋଇ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ