ଲାଞ୍ଜିଗଡ଼ରେ ନକଲି ୫୦୦ ଟଙ୍କିଆ ନୋଟ ଜବତ
କଳାହାଣ୍ଡି ,୨୯/୦୯ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଏକ ପେଟ୍ରୋଲ ପମ୍ପରୁ ଦୁଇଗୋଟି ନକଲି ୫୦୦ ଟଙ୍କିଆ ନୋଟ ଜବତ ହୋଇଛି। କେହି ଅଜଣା ବ୍ୟକ୍ତି ପେଟ୍ରୋଲ ପମ୍ପରେ ତେଲ ପକାଇ ଏହି ନକଲି ନୋଟ ଦେଇଥିବାବେଳେ ପେଟ୍ରୋଲ ପମ୍ପ ମ୍ୟାନେଜର ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯିବା ସମୟରେ ଏହା ଜଣାପଡିଥିଲା। ତେବେ ଶିଳ୍ପାଞ୍ଚଳ ଲାଞ୍ଜିଗଡ଼ରେ ନକଲି ନୋଟର ପ୍ରସାରକୁ ନେଇ ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଥିବାବେଳେ ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଁଲ ନକଲି ନୋଟ ସମ୍ପର୍କରେ ବ୍ୟାପକ ଖାନତଲାସ କରାଯିବ ବୋଲି କହିଛନ୍ତି।

