Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବିଦ୍ୟାଳୟ ରେ ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ଜାତୀୟ ସେବା ଯୋଜନା ଶିବିର ଆରମ୍ଭ

ଲକ୍ଷ୍ମୀପୁର ୨୧/୦୩ ..ଲକ୍ଷ୍ମୀପୁର ମହାବିଦ୍ୟାଳୟର ଯୁକ୍ତ ତିନି ବିଭାଗ ଜାତୀୟ ସେବା ଯୋଜନା ତରଫରୁ ବିକ୍ରମଦେବ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ଦ୍ବାରା ପ୍ରାୟୋଜିତ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଜାତୀୟ ସେବା ଯୋଜନା ଶିବିର ପୋଷ୍ୟ ଗ୍ରାମ ଆମ୍ବଗୁଡା ଠାରେ ଉଦଘାଟିତ ହୋଇ ଯାଇଛି।ଏହି ଅବସରରେ ମୂଖ୍ୟ ଅତିଥି ତଥା କୋରାପୁଟର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଝିନ ହିକ଼କା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କୁ ସବୁବେଳେ ସେବା ମନୋଭାବ ରଖି ସମାଜର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣି ତାହାର ସମାଧାନ କରିବାକୁ ଚେଷ୍ଟାକରିବା ପାଇଁ ଆହ୍ବାନ କରିଥିଲେ।ଅଧ୍ୟକ୍ଷ ବିଜୁ ମୁଦୁଲି ସଭାପତିତ୍ୱ କରିବା ସହ ଛାତ୍ରଛାତ୍ରୀଙ୍କୁ ସ୍ଵେଚ୍ଛାକୃତ ସେବା ପ୍ରଦାନ କରିବା ପାଇଁ ଉତ୍ସାହିତ କରିବା ସହ ଏହି ଏନ.ଏସ.ଏସ. ମାଧ୍ୟମରେ ବହୁତ ସାମାଜିକ କାର୍ଯ୍ଯ କରିବା ସମ୍ଭବ ହେବ ବୋଲି ପ୍ରକାଶ କରିଥିଲେ। ଏପରିକି ଏହା ଦ୍ବାରା ବ୍ୟକ୍ତିଗତ ବିକାଶ ମଧ୍ଯ ହୋଇପାରିବ ବୋଲି ପ୍ରକାଶ ଥିଲେ।
ଶିବିରରେ ସମ୍ମାନିତ ଅତିଥି ଭାବେ ଯୁକ୍ତ ଦୁଇ ଅଧ୍ୟକ୍ଷ ପ୍ରlଧ୍ୟାପକ  ଗିରିଜା କୁମାର ଚୌଧୁରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏହି ଶିବିରରେ ଯୋଗଦେଇ ନିଜର ବ୍ୟକ୍ତିଗତ ବିକାଶ କରିବାକୁ ଆହ୍ବାନ କରିଥିଲେ। ଶିବିର ସାତ ଦିନ ଧରି ଚାଲିବ ଓ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜିର କାର୍ଯ୍ୟକ୍ରମରେ ଯୁକ୍ତ ତିନି ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପିକା ଶ୍ରୀମତୀ ସନ୍ତୋଷିନୀ ଦାସ, ମହିମାରାଣୀ ରାଜୁ,  ଜୟଶ୍ରୀ ପଟ୍ଟନାୟକ ତଥା ଅଧ୍ୟାପକ  ବବଲୁ ବେନିଆ, କିରାଣୀ ଆମ୍ରି ହିକକା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।  କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଦୁର୍ଯ୍ୟଧନ ସାହୁ ପରିଚାଳନା କରିଥିଲେ ଏବଂ ଶେଷରେ ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ଯବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ