ବୁଥ ସ୍ତରୀୟ ପ୍ରତିନିଧି ନିୟୁକ୍ତ କରିବେ ବିଭିନ୍ନ ରାଜନୈତିକ ଦଳ


ବୀରମହାରାଜପୁର : (ସୌମିତ୍ରି ମେହେର) ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯାଳୟ ଠାରେ ଶୁକ୍ରବାର ଏକ ବୈଠକ ଉପଜିଲ୍ଲାପାଳ ଲଲାଟେନ୍ଦୁ ସି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ଏପ୍ରିଲ ପହିଲା ରୁ ନୁଆଁ ଭୋଟର ଙ୍କୁ ତାଲିକା ଭୁକ୍ତ କରିବା ସହିତ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ତାଲିକା ରୁ ବାଦ ଦେବା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି l ବିଭିନ୍ନ ରାଜନୈତିକ ଦଳ ଏଥିପାଇଁ ବୁଥ ସ୍ତରରେ ଏଜେଣ୍ଟ ନିଯୁକ୍ତ କରିବେ l ଆଜି ଆୟୋଜିତ ବୈଠକ ରେ ବିଜେଡି ପକ୍ଷରୁ ଜିଲ୍ଲା ଉପସଭାପତି କିଶୋର ହୋତା , ବିଜେପି ପକ୍ଷରୁ ସୁମନ୍ତ ଜଗଦଲା , କଂଗ୍ରେସ ପକ୍ଷରୁ ବସନ୍ତ ମହାକୁର , ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ସୁରେଶ କଲତା ପ୍ରମୁଖ ଯୋଗଦେଇ ଥିବାବେଳେ ପ୍ରଶାସନିକ ଅଧିକାରୀ ଭାବରେ ଆସିଷ୍ଟାଣ୍ଟ କଲେକ୍ଟର ଅଜିତ କୁମାର ମିର୍ଦ୍ଧା , ନରେନ୍ଦ୍ର ଭୋଇ ପ୍ରମୁଖ ଯୋଗଦେଇଥିଲେ l