ଅସ୍ତରଙ୍ଗ,,ଖରାଦିନେ ଅଦିନିଆଁ ବର୍ଷା ହେବା ତଥା କାଳ ବୈଶାଖୀ ପ୍ରଭାବରେ ଅସ୍ତରଙ୍ଗ ବ୍ଲକ ର ଝଡାଲିଂଗ ଗ୍ରାମର ପ୍ରଦୀପ ବେହେରା ମଇଁସି ଚରାଉ ଥିବା ବେଳେ ବଜ୍ରପାତ ହେବାରୁ ମଇଁସି ନିହତ ହେବା ସହ ଚରାଳି ଆହତ ହୋଇ ଥିବା ବେଳେ, ମଧୁପୁର ଗ୍ରାମର ବୁଧେସ୍ୱର ବେହେରା ଙ୍କ ଛାତ କ୍ଷତି ଗ୍ରସ୍ଥ ହୋଇଛି । ସେହିପରି ପ୍ରବଳ ବର୍ଷା ହେବା ଦ୍ବାରା ରବି ରେ ହୋଇ ଥିବା ବ୍ୟାପକ ମୁଗ ଫସଲ ସହ ବିଭିନ୍ନ ଡାଲି ଜାତୀୟ ଫସଲ ବିଶେଷ ଭାବେ ହାନି ହେବାର ଆଶଙ୍କା ଦେଖା ଦେଇଛି । ଶନିବାର ଦିବା ୧୨ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଅସ୍ତରଙ୍ଗ ଉପ କୁଳରେ ଏତେ ଯୋର ବା ପ୍ରବଳ ବେଗରେ ବର୍ଷା ହୋଇ ଥିଲା ଜେ,ଘର ଦୁଆର ମାନଙ୍କରେ ବର୍ଷା ଜଳ ବି ପ୍ରବେଶ କରି ଜାଇ ଥିଲା । ବିଲ ବାଡି ସବୁ ପାଣିରେ ଭର୍ତ୍ତି ହେବା ଦ୍ବାରା ଫଳନ୍ତି ମୁଗ କିଆରୀ ରେ ପାଣି ପଶି ବୁଡି ଯିବା ଦ୍ବାରା ସହ ସହ ଏକର ମୁଗ ଫସଲ ସବୁ ନଷ୍ଟ ହେବାର ଆଶଙ୍କା ଦେଖା ଯାଇ ଅଛି । ଯାହା ଫଳରେ କି ଚାଷୀ କୁଳ ହାରାଶ ହେବା ସହ, କ୍ଷୟ କ୍ଷତି କିପରି ଭରଣା କରିବ ସେ ବିଷୟ ରେ ଚିନ୍ତା ପ୍ରକଟ କରିଛି । ଆହୁରି ମଧ୍ୟ,ଯେଉଁ ମାନେ ଘର ଖଣ୍ଡିକ ତୋଳିବା ପାଇଁ ନିଜେ ଏଟା ଖଣ୍ଡିଏ ପକାଇ ଥିଲେ ସେ ସବୁ ମଧ୍ୟ ପ୍ରବଳ ବର୍ଷା ରେ ନଷ୍ଟ ହୋଇ ଜାଇ ଅଛି । ରାଜ୍ୟ ସରକାର ଏହି ବର୍ଷାରେ ବ୍ୟାପକ ଫସଲ ହାନି ହେବା ଆଶଙ୍କା ଥିବାରୁ କ୍ଷତିଗ୍ରସ୍ଥ ଚାଷୀଙ୍କୁ ଚିହ୍ନଟ କରି ସହାୟତା ରାଶି ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।
ବର୍ଷା ରେ ବ୍ୟାପକ ଫସଲ ହାନି ଓ ବଜ୍ର ପାତରେ ଧନ ଜୀବନ କ୍ଷୟ କ୍ଷତି।
