Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସିକନ୍ଦରରେ ସଲମାନଙ୍କ ଦମଦାର ଆକ୍ସନ, ଫ୍ୟାନ୍ସଙ୍କୁ ପସନ୍ଦ ଆସୁଛି ଟ୍ରେଲର

ମୁମ୍ବାଇ: ସଲମାନ ଖାନ ଏବଂ ରଶ୍ମିକା ମନ୍ଦନାଙ୍କ ଆଗାମୀ ଫିଲ୍ମ ‘ସିକନ୍ଦର’କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ଫିଲ୍ମଟି ରିଲିଜ୍ ହେବାକୁ ଆଉ ବେଶୀ ଦିନ ବାକି ନାହିଁ। ଏହି ଫିଲ୍ମଟି ଇଦ୍ ଅବସରରେ ସିନେମା ହଲରେ ଆସିବ। ଏହା ପୂର୍ବରୁ ରବିବାର ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା।

ଫିଲ୍ମର ଟ୍ରେଲର ନାଡିଆଡୱାଲା ଗ୍ରାଣ୍ଡସନଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି। ଫିଲ୍ମରେ ଆକ୍ସନ, ରୋମାନ୍ସ ଏବଂ ମଜା ଭରପୁର ରହିଛି। ଟ୍ରେଲରରେ ଦବଙ୍ଗ ଖାନଙ୍କ ପ୍ରକୃତ ଷ୍ଟାଇଲର ଏକ ଝଲକ ଦେଖିବାକୁ ମିଳିଛି। ଟ୍ରେଲରରେ ପ୍ରତୀକ ବବରଙ୍କ ଝଲକ ମଧ୍ଯ ଦେଖିବାକୁ ମିଳିଛି। ଯେହେତୁ ସେ ଜଣେ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି, ତେଣୁ ଟ୍ରେଲରରେ ତାଙ୍କୁ ମାଡ଼ ହେଉଥିବାର ଦେଖାଯାଉଛି। ସେହିପରି ବାହୁବଳୀ ଫିଲ୍ମରେ କଟ୍ଟପ୍ପା ଭୂମିକାରେ ଅଭିନୟ କରିଥିବା ସତ୍ୟରାଜ ଫିଲ୍ମରେ ମୁଖ୍ୟ ଖଳନାୟକ ଭୂମିକାରେ ନଜର ଆସିବେ।

ତେବେ ଆକ୍ସନରୁ ଆରମ୍ଭ କରି ପ୍ରେମ-ରୋମାନ୍ସ ଏବଂ ଥ୍ରୀଲର ପର୍ଯ୍ୟନ୍ତ ସବୁକିଛି ରହିଛି ଏହି ଫିଲ୍ମରେ। କିନ୍ତୁ ଟ୍ରେଲରରେ ସଲମାନ ଖାନଙ୍କୁ ୱାଣ୍ଟେଡ୍ ଲୋକଙ୍କ ତାଲିକାରେ କାହିଁକି ଦେଖାଯାଉଛି ତାହା ସ୍ପଷ୍ଟ ଭାବରେ ନିଶ୍ଚିତ ହୋଇନାହିଁ । ସେହିପରି ସିକନ୍ଦରରେ କାଜଲ ଅଗ୍ରୱାଲ, ଅଞ୍ଜିନି ଧୱନ ଏବଂ ଶର୍ମନ ଜୋଶୀ ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମ ମାଧ୍ୟମରେ ଶର୍ମନ ଜୋଶୀ ଦୀର୍ଘ ସମୟ ପରେ ବଡ ପରଦାକୁ କମବ୍ୟାକ କରୁଛନ୍ତି।