କାଲି ନବୀନ-ନୀତିଶଙ୍କ ଭେଟଘାଟ; ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ କରିବେ ଆଲୋଚନା


ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ହେବ ନବୀନ-ନୀତିଶଙ୍କ ଭେଟଘାଟ। କାଲି ଅପରାହ୍ଣ ୧୨ଟାରେ ନବୀନ ନିବାସରେ ପହଞ୍ଚିବେ ନୀତିଶ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ କରିବେ ଆଲୋଚନା। ସୂଚନା ଅନୁସାରେ ନୀତିଶ କୁମାର, ନବୀନ ନିବାସରେ ଲଞ୍ଚ କରିପାରନ୍ତି ।

ଏବେ ଚର୍ଚ୍ଚାର ବଷୟ ଏହା ଯେ ନବୀନ ଓ ନୀତିଶଙ୍କ ମଧ୍ୟରେ କଣ ହେବ ଆଲୋଚନା। ଏହାକୁ ନେଇ ଏବେ ସରଗରମ ରାଜନୀତି।କୁହାଯାଉଛି ତୃତୀୟ ସାମୁଖ୍ୟ ସମ୍ପର୍କରେ ନୀତିଶ କୁମାର, ନବୀନଙ୍କ ସହ ଆଲୋଚନା କରିପାରନ୍ତି । ପୂର୍ବରୁ ଅନେକ ଥର ନବୀନ ନିବାସ ଆସିଛନ୍ତି ନୀତିଶ କୁମାର ।