Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ଟ୍ରକରେ ଭୟଙ୍କର ବିସ୍ଫୋରଣ

ମୁମ୍ବାଇ: ମୁମ୍ବାଇର ଧାରାଭି ଅଞ୍ଚଳରେ ସୋମବାର ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସିଲିଣ୍ଡର ବୋଝେଇ ଏକ ଟ୍ରକରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ଗୋଟିଏ ପରେ ଗୋଟିଏ ସିଲିଣ୍ଡରରେ ବିସ୍ଫୋରଣ ହେଉଥିବା ଦେଖାଯାଇଛି। ଅଗ୍ନିକାଣ୍ଡ ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ବେଳେ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟତିର ସୂଚନା ମିଳିନାହିଁ। କିନ୍ତୁ ଏହି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାଯୋଗୁ ବିପୁଳ ଆର୍ଥିକ କ୍ଷତି ହୋଇଥିବା କୁହାଯାଉଛି। ଏହି ଘଟଣା ଧାରାଭି ବସ୍ ଡିପୋ ନିକଟରେ ଘଟିଛି।

ସୂଚନା ଅନୁଯାୟୀ, ଧାରାଭିର ପିଏମଜିପି କଲୋନି ଅଞ୍ଚଳରେ ରାସ୍ତାରେ ଛିଡା ହୋଇଥିବା ଏକ ସିଲିଣ୍ଡର ଟ୍ରକରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହି ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ରାସ୍ତାରେ ଅନେକ ଗାଡି଼ ପାର୍କିଂ ହୋଇଥିଲା ବେଳେ ଏହି ଅଗ୍ନିକାଣ୍ଡରେ ଅନେକ ଦୁଇଚକିଆ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି। ଏହି ଅଗ୍ନିକାଣ୍ଡ ଧାରାଭିରେ ଆତଙ୍କ ସୃଷ୍ଟି କରିଛି। ହଠାତ୍ ବିସ୍ଫୋରଣ ଶବ୍ଦ ଶୁଣି ଧାରାଭିର ଲୋକମାନେ ରାସ୍ତାକୁ ବାହାରି ଆସିଥିଲେ। ପୋଲିସ ସୁରକ୍ଷା ପରିସ୍ଥିତିର ତଦାରଖକରିଥିବା ବେଳେ ଘଟଣାସ୍ଥଳରେ ୧୦ ରୁ ୧୨ଟି ଦମକଳ ଗାଡ଼ି ପହଞ୍ଚିଥିଲା। ତେବେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି।

More Stories