Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାତ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଟିମ୍ ଦ୍ବାରା ଆର ଆଇ ଗିରିଫ।

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅଧୀନ କେନ୍ଦ୍ରାପ଼ାଟି ଆର ଆଇ ସର୍କଲ ର ଆର ଆଇ ଶ୍ରୀ ଦୀପ୍ତି ରଞ୍ଜନ ମହାପାତ୍ର ଓ ତାଙ୍କର ସହଯୋଗୀ ସମ୍ପଦ କୁମାର ଦାସ ସେହି ଆର ଆଇ ସର୍କଲ ର ଜୈନିକ ବ୍ୟକ୍ତି ଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲାବେଳେ ,ଭିଜିଲାନ୍ସ ଟିମ୍,ଆର ଆଇ ଙ୍କୁ ମାଡ଼ି ବସିବା ସହ,ଲାଞ୍ଚ ଟଙ୍କା ଜବତ କରି ତାଙ୍କୁ ଗିରଫ କରାଯାଇ ଥିବା ଜଣା ପଡ଼ିଛି
ପ୍ରକାଶ ଯୋଗ୍ୟ ଯେ,ବ୍ୟକ୍ତି ଜଣଙ୍କ ବାପାଙ୍କ ନାମରେ ଥିବା ସମ୍ପତି ବିକ୍ରି ନିମନ୍ତେ ତାର ସଠିକ୍ କାଗଜ ପତ୍ର ଆଇ ଆଇ ଙ୍କ ଠାରୁ ନେବାକୁ ଚାହିଁ ଥିଲେ । ହେଲେ,ଆର ଆଇ ଦୀପ୍ତି ରଞ୍ଜନ ମହାପାତ୍ର ଓ ତାଙ୍କର ସହଯୋଗୀ କାଗଜ ପତ୍ର ଦେବାକୁ ହେଲେ,୧୦ ହଜାର ଟଙ୍କା ଦେବାକୁ ପଡ଼ିିବ ବୋଲି କହିଥିଲେ । ହେଲେ,୭ ହଜାର ଟଙ୍କା ଦେବାକୁ ଫାଇନାଲ ହେବା ପରେ ,ବ୍ୟକ୍ତି ଟି ଭିଜିଲାନ୍ସ ର ଦ୍ବାରସ୍ଥ ହୋଇଥିଲେ । ଭିଜିଲାନ୍ସ ଦଳ ୭ ହଜାର ଟଙ୍କା ଆଣି ସେଥିରେ କେମିକାଲ ଦେଇ ଲୋକଟିକୁ ଦେଇ ଥିଲେ । ଲୋକଟି ଆଜି ତଥା ମଙ୍ଗଳବାର ଦିନ ଅପରାହ୍ନ ରେ ୭ ହଜାର ଟଙ୍କା ଦେଲାବେଳେ,ପୂର୍ବ ପ୍ରସ୍ତୁତି ଅନୁଯାଇ ଭିଜିଲାନ୍ସ ଦଳ ଆର ଆଇ ଓ ତାର ସାଥିଙ୍କୁ ମାଡ଼ି ବସିଥିଲା । ତାପରେ ଆର ଆଇ ର ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ହେବାପରେ ଉଭୟ ଙ୍କୁ ଭିଜିଲାନ୍ସ ଦଳ ଗିରଫ ସାଙ୍ଗରେ ନେଇ ଯାଇଥିବା ଜଣା ପଡ଼ିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ,ଏହି ଆର ଆଇ ଜଣଙ୍କ ଅସ୍ତରଙ୍ଗ ତହସିଲ ରେ ରହିଲା ଦିନ ଠାରୁ ବହୁ ଦୁର୍ନୀତି ରେ ଲିପ୍ତ ଥିବା ଅଭିଯୋଗ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ