Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମ୍ୟାଚ୍ ଖେଳିବାକୁ ଭାରତ ଆସିବେ ଲିଓନେଲ୍ ମେସି

ନୂଆଦିଲ୍ଲୀ: ଭାରତର ଫୁଟବଲ୍ ପ୍ରେମୀମାନେ ଅକ୍ଟୋବରରେ କେରଳରେ ଏକ ପ୍ରଦର୍ଶନୀ ମ୍ୟାଚରେ କିମ୍ବଦନ୍ତୀ ଲିଓନେଲ୍ ମେସି ଏବଂ ଆର୍ଜେଣ୍ଟିନା ଦଳକୁ ଦେଖିବାର ସୁଯୋଗ ପାଇବେ।

ବିଶ୍ୱକପ୍ ବିଜେତା ଅଧିନାୟକ ପ୍ରାୟ ୧୪ ବର୍ଷ ପରେ ଭାରତ ଗସ୍ତରେ ଆସିବେ।ଗତ ବର୍ଷ ନଭେମ୍ବରରେ କେରଳ କ୍ରୀଡା ମନ୍ତ୍ରୀ ଭି. ଅବଦୁରାହିମାନ ଘୋଷଣା କରିଥିଲେ ଯେ ଆର୍ଜେଣ୍ଟିନା ଦଳ ଦକ୍ଷିଣ ରାଜ୍ୟ ଗସ୍ତ କରିବ। କୋଚିରେ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ମାର୍ଚ୍ଚ ୨୬ ତାରିଖରେ HSBC ଇଣ୍ଡିଆ ଆର୍ଜେଣ୍ଟିନା ଦଳର ଆଧିକାରିକ ଅଂଶୀଦାର ଭାବେ ଘୋଷଣା କରିଛି ଯେ ଏହି ମ୍ୟାଚ୍ ଅକ୍ଟୋବରରେ ଅନୁଷ୍ଠିତ ହେବ। ଯାହା ଭାରତରେ ଫୁଟବଲକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ।

HSBC ଇଣ୍ଡିଆ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଏହି ସହଭାଗୀତା ଅଧୀନରେ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ସମେତ ଆର୍ଜେଣ୍ଟିନା ଜାତୀୟ ଫୁଟବଲ୍ ଦଳ ଅକ୍ଟୋବର ୨୦୨୫ରେ ଏକ ଅନ୍ତର୍ଜାତୀୟ ପ୍ରଦର୍ଶନୀ ମ୍ୟାଚ୍ ପାଇଁ ଭାରତ ଗସ୍ତ କରିବେ। ତେବେ ମେସିଙ୍କ ପ୍ରଥମ ଭାରତ ଗସ୍ତ ସେପ୍ଟେମ୍ବର ୨୦୧୧ରେ ଥିଲା। ସେହି ସମୟରେ ସେ କୋଲକାତାରେ ଭେନେଜୁଏଲା ବିପକ୍ଷରେ ଏକ ବିଶ୍ୱକପ୍ ଯୋଗ୍ୟତା ମ୍ୟାଚ୍ ଖେଳିଥିଲେ। ସଲ୍ଟ ଲେକ୍ ଷ୍ଟାଡିୟମରେ ଆର୍ଜେଣ୍ଟିନା ୧-୦ ଗୋଲରେ ବିଜୟୀ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ