Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁର୍ଷୁଣ୍ଢୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ବୈଠକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ସ୍ଥିତ ଆୟୁସ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ଗଭର୍ଣ୍ଣି ବଡି ମିଟିଙ୍ଗ ଜିଲ୍ଲା ପରିଷଦ ସଭ୍ୟ ଲବକୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଡ଼ା ଶିବାନନ୍ଦ ଚାଉଳିଆ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁର୍ଷୁଣ୍ଢୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଆୟୁଷ ଡ଼ା ନିରୁପମା ମହାପାତ୍ର ସମେତ ଫାର୍ମାସିଷ୍ଟ ରାଜୀବ ସାହୁ , ଏ. ନ ଏମ ସତ୍ୟଭାମା ବେହେରା , ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟକୁମାର ନନ୍ଦ, କେନଝିରିପାଲି ସରପଞ୍ଚ ଶ୍ରୀମତୀ ସସ୍ମିତା ଦୀପ , ଦୁର୍ଜନତୈଲା ସରପଞ୍ଚ ପ୍ରତିନିଧି ବୃନ୍ଦାବନ ଜଗଦଳା , ଆଇ ସି ଡିଏସ ସୁପରଭାଇଜର ପଞ୍ଚେଶ୍ୱରୀ ବାଘ , ଲlବ୍ରୋଟlରି ଟେକେନିସିଆନ ରବି କର୍ଣ୍ଣ , ବିଦ୍ୟାଧର ଖୁର୍ଡିଆ , ବଳରାମ ପ୍ରଧାନ, ସ୍ୱୟଂ ସହାୟକ ସଭ୍ୟା କବିତା ସେଠୀ , ବହୂମୁଖି ପୁରୁଷ ସ୍ୱାସ୍ଥ୍ୟକର୍ମୀ ଗିରିଧାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରାଥମିକ ସ୍ୱାସ୍ଥ୍ୟ ଚିକିତ୍ସା କିପରି ସୁଚାରୁରୂପେ ସମ୍ପାଦନ ସହ ରୋଗୀ ସେବା ରେ ତ୍ରୁଟି ନହେବା ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା l ଚିକତ୍ସା କ୍ଷେତ୍ର ର ସମସ୍ତ ଦିଗକୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱ ରେ ଥିବା ଡାକ୍ତର ଙ୍କୁ ପରାମର୍ଶ ଦିଆଯାଥିଲା । ଶେଷରେ ଜଗଦୀଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ