ଆମ ଆଦମି ପାଟି ତରଫରୁ ବୀରମହାରାଜପୁର କୁ ଏନ୍. ଏ. ସି ଘୋଷଣା ଦାବୀ

ବୀରମହାରାଜ ପୁର୍ : ବୀରମହାରାଜପୁର ଉପଖଣ୍ଡ ମୁଖ୍ୟାଳୟ କୁ ଏନ. ଏ. ସି ଘୋଷଣା ଦାବିରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଆମ ଆଦମୀ ପାର୍ଟି ତରଫରୁ ଏକ ବିରାଟ ଶୋଭାଯାତ୍ରା ରେ ଆସି ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଆମ ଆଦମୀ ପାର୍ଟି ସୁବର୍ଣ୍ଣପୁର ଜିଲ୍ଲା ସଭାପତି ସୁରେଶ କଳତା ଙ୍କ ନେତୃତ୍ଵରେ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଆସି ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ରାଜ୍ୟ ସରକାର ବୀରମହାରାଜପୁର କୁ ଏନ ଏ. ସି ଘୋଷଣା ନ କରି ପ୍ରତାରଣା କରୁଛନ୍ତି ବୋଲି ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି l ଏ ନେଇ ସ୍ଥାନୀୟ ବିଧାୟକ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ l ଉକ୍ତ ଆନ୍ଦୋଳନ ରେ ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ସୁରେଶ କଳତା, ଜିଲ୍ଲା ଉପ ସଭାପତି ପୃଥ୍ୱୀରାଜ ଜଗଦଲା,ବଲାଙ୍ଗୀର ସଭାପତି ଆଶିଷ ପାଣ୍ଡେ, ଘନଶ୍ୟାମ ଭୋଇ, ଭଗବାନ ବାଘ, ମାଧବ ମହାକୁର ଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ l ଆସନ୍ତା ୧୫ ଦିନ ମଧ୍ୟରେ ଏନ ଏ ସି ଘୋଷଣା ନହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ l