Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସଭାପତିଙ୍କ ଆଶୁ ଆରୋଗ୍ୟ ପାଇଁ ଶୈବ ପୀଠରେ ପୂଜାର୍ଚନା।

ଲକ୍ଷ୍ମୀପୁର ୨୮/୦୩ ….ଲକ୍ଷ୍ମୀପୁର ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ତଥା ଅବସର ପ୍ରାପ୍ତ ଆଇଏଏସ ପ୍ରମୋଦ କୁମାର ପଟନାୟକଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଶୁକ୍ରବାର ଦିନ ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ୫୦ ରୁ ଉର୍ଦ୍ଧ ସମସ୍ତ କର୍ମଚାରୀ କୁତୁକା ଝୋଲା ଶୈବ ପୀଠରେ ପହଂଚି ପୂଜାର୍ଚନା କରିଛନ୍ତି ।୧୯୯୦ ମସିହାରେ କୋରାପୁଟ ଜିଲ୍ଲାର ଉପଜିଲ୍ଲାପାଳ ଭାବେ ଶ୍ରୀ ପଟନାୟକ ରହିଥିଲେ । ସେହି ସମୟରେ ଲକ୍ଷ୍ମୀପୁର ଭଳି ଉପାନ୍ତ ଅଞ୍ଚଳ ର ଛାତ୍ରଛାତ୍ରୀ କିପରି ଉଚ୍ଚ ଶିକ୍ଷା ପାଇଁ ପାରିବେ ସେ ଚିନ୍ତା ପ୍ରକଟ କରି ଏକ ମହାବିଦ୍ୟାଳୟ କରିବା ସକାଶେ ନିଷ୍ପତି ନେଇଥିଲେ। ପରେ ମହାବିଦ୍ୟାଳୟ ସ୍ଥାପିତ ହେବ ପରେ ମହାବିଦ୍ୟାଳୟ ର ପ୍ରଥମ ପ୍ରତିଷ୍ଠାତା ସଭାପତି ଭାବେ ସେ ରହିଥିଲେ। ଦୀର୍ଘ ବର୍ଷ ହେଲା ସେ ଅବସର ଗ୍ରହଣ କରିଥିଲେ ସୁଧା ପ୍ରତ୍ୟକ କାର୍ଯ୍ୟକ୍ରମ ରେ ଏବେ ମଧ୍ୟ ଲକ୍ଷ୍ମୀପୁର ଆସି ଯୋଗ ଦିଅନ୍ତି। ଏହି ଅଂଚଳ ର ହଜାର ହଜାର ଛାତ୍ର ଛାତ୍ରୀ ଓ କର୍ମଚାରୀ ମହାବିଦ୍ୟାଳୟ ଯୋଗୁଁ ଉପକୃତ ହୋଇଛନ୍ତି।ଲକ୍ଷ୍ମୀପୁର ସିଏ ଯେବେ ବି ଆସନ୍ତି କୁତୁକା ଝୋଲା ଶୈବ ପିଠ କୁ ଚାଲି ଚାଲି ଯାଇ ପୂଜା କରି ଆସନ୍ତି,ଗତ କିଛି ଦିନ ହେଲା ସେ ଗୁରୁତ୍ୱର ଭାବେ ଅସୁସ୍ଥ ହୋଇ ରହିଛନ୍ତି, ତାଙ୍କର ଆଶୁ ଆରୋଗ୍ୟ କାମନା କରି ମହା ବିଦ୍ୟାଳୟର ଅଧ୍ୟକ୍ଷ ଗିରିଜା ଚୌଧୁରୀ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଶୈବ ପୀଠକୁ ଯାଇ ବହୁ ସମୟ ଧରି ପୂଜାର୍ଚନା କରିବା ସହ ସମୂହ ଦୀପଦାନ କରିଫେରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ