Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଜିପି ପୋଲିସ ଡିସ୍କ ସମ୍ମାନ ପାଇବେ କୋରାପୁଟ ର ଏଏସପି ମନୋବ୍ରତା ଶତପଥି

ଲକ୍ଷ୍ମୀପୁର ୨୮/୦୩ ..ପୋଲିସ ଚାକିରୀରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ଆସନ୍ତା ଏପ୍ରିଲ ପହିଲାରେ ହେବାକୁ ଥିବା ୯୦ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସରେ ଡିଜି ପୋଲିସ ଡିସ୍କ ସମ୍ମାନ ପାଇବାକୁ ଯୋଗ୍ୟ ମନୋନୀତ ହୋଇଛନ୍ତି କୋରାପୁଟ ଅତିରିକ୍ତ ପୋଲିସ ଅଧିକ୍ଷକ ମନୋବ୍ରତା ଶତପଥୀ। ଏନେଇ କଟକସ୍ଥିତ ଓଡିଶା ରାଜ୍ୟ ପୋଲିସ ମୁଖ୍ୟାଳୟର ପତ୍ର ସଂଖ୍ୟା ୬୮୮/ତା:୨୭/୩/୨୦୨୫ ଅନୁଯାୟୀ, ଆସନ୍ତା ଏପ୍ରିଲ ପହିଲାରେ ଆୟୋଜିତ ୯୦ତମ ପୋଲିସ ପ୍ରତିଷ୍ଠା ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋବ୍ରତା ଶତପଥୀ ଙ୍କୁ ସମ୍ମାନିତ କରାଯିବ ବୋଲି ପୋଲିସ ମୁଖ୍ୟାଳୟ ପକ୍ଷରୁ ଜଣାଯାଇଛି।ସୂଚନା ଥାଉକି ଯେ, ମନୋବ୍ରତା ଶତପଥୀ ରାଜ୍ୟ ପୋଲିସରେ ଗତ ୨୦୧୭ ମସିହାରେ ଯୋଗଦାନ କରିଥିଲେ। ପ୍ରଥମେ ପୁରୀର ଡିଏସପି ଟ୍ରାଫିକ ଭାବେ ସଫଳତା ସହ ଦାୟିତ୍ୱ ସମ୍ପାଦନ କରିବା ପରେ ତାଙ୍କୁ ସୁନାବେଡା ଏସଡିପିଓ ଏବଂ ପରେ ଲକ୍ଷ୍ମୀପୁର ଏସଡିପିଓ ଭାବେ ଦକ୍ଷତା ସହ କାର୍ଯ୍ୟ କରିଥିବା ବେଳେ କୋରାପୁଟ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ପଦୋନ୍ନତି ପାଇ ଗତ ୨୦୨୪ ମସିହା ନଭେମ୍ବର ୧୨ ତାରିଖରେ ସେ ନିଜ କାର୍ଯ୍ୟରେ ଯୋଗଦେଇଥିଲେ।ଚଳିତ ବର୍ଷ କୋରାପୁଟ ଜିଲ୍ଲା ରୁ ଜଣେ ମାତ୍ର ଦକ୍ଷ ଅଫିସର ଭାବେ ଏହି ପଦବୀ ପାଇବାକୁ ମନୋନୀତ ହୋଇଥିବାରୁ ବିଭିନ୍ନ ମହଲ ରେ ଶୁଭେଚ୍ଛା ର ସୁଅ ଛୁଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ